୨୦ ମିନିଟ ବିଳମ୍ବ ହୋଇଥିଲେ ଆମକୁ ହତ୍ୟା କରିଥାଆନ୍ତେ ବିରୋଧୀ: ହସିନା

add-all

ନୂଆଦିଲ୍ଲୀ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ସେ ତୁରନ୍ତ ଦେଶ ଛାଡ଼ି ନ ଥିଲେ ୨୦ ମିନିଟ ମଧ୍ୟରେ ତାଙ୍କୁ ଏବଂ ତାଙ୍କ ଭଉଣୀ ରେହାନାଙ୍କୁ ବିରୋଧୀମାନେ ହତ୍ୟା କରିଥାଆନ୍ତେ। ଏଥିପାଇଁ ସମସ୍ତ ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି ହସିନା କହିଛନ୍ତି। ବାଂଲାଦେଶ ଆୱାମୀ ଲିଗ୍‌ର ଫେସବୁକ ପେଜରେ ହସିନା ଏ ନେଇ ଏକ ଅଡିଓ ବାର୍ତ୍ତା ଜାରି କରି ସୂଚନା ଦେଇଛନ୍ତି।
ବାଂଲାଦେଶରେ ସୃଷ୍ଟି ହୋଇଥିବା ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ବିରୋଧୀମାନେ ଏହାକୁ ଅସ୍ତ୍ର କରି ହସିନାଙ୍କୁ କ୍ଷମତାଚ୍ୟୁତ କରିବାକୁ ଯୋଜନା କରିଥିଲେ। ଏପରି କି ହସିନାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ମଧ୍ୟ କରାଯାଇଥିଲା। ହେଲେ ଏହା ପୂର୍ବରୁ ହସିନା ଏବଂ ତାଙ୍କ ଭଉଣୀ ଦେଶ ଛାଡ଼ି ଭାରତ ପଳାଇ ଆସିଥିଲେ। ଏହି ହିଂସାରେ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

ad-week
Leave A Reply

Your email address will not be published.