ଆସନ୍ତାକାଲି ଜେଇଇ ମେନ୍‌ ଆଡମିଟ କାର୍ଡ

add-all

ନୂଆଦିଲ୍ଲୀ : ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ୨୦୨୫ ପାଇଁ ଆସନ୍ତାକାଲି ଅର୍ଥାତ ଜାନୁୟାରୀ ୧୯ରେ ଆଡମିଟ କାର୍ଡ ଜାରି କରାଯିବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଆଡମିଟ କାର୍ଡ ଜାରି କରାଯିବା ପରେ ପରେ ଆଶାୟୀ ପରୀକ୍ଷାର୍ଥୀମାନଙ୍କ ଲାଗି ହଲ୍‌ ଟିକେଟ ଉପଲବ୍ଧ ହେବ। jeemain.nta.nic.in. ୱେବସାଇଟରୁ ଛାତ୍ରଛାତ୍ରୀମାନେ ହଲ ଟିକେଟ ପାଇପାରିବେ।
ଜେଇଇ ମେନ ୨୦୨୫ର ପ୍ରଥମ ସେସନ ଜାନୁୟାରୀ ୨୨ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର ୩ ଦିନ ପୂର୍ବରୁ ହଲ ଟିକେଟ ଜାରି କରାଯିବ। ଚଳିତ ମାସ ଆରମ୍ଭରୁ ସହର ସ୍ଲିପ ପ୍ରକାଶ କରାଯାଇଥିଲା। ଯାହାଫଳରେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଆଗୁଆ ନିଜ ନିଜ ପରୀକ୍ଷା କେନ୍ଦ୍ର ବା ପରୀକ୍ଷା ପାଇଁ ସ୍ଥିରୀକୃତ ସହରକୁ ଯାତ୍ରା କରିପାରିବେ।

ad-week
Leave A Reply

Your email address will not be published.