ଆନ୍ତଃ ରାଜ୍ୟ ଗଞ୍ଜେଇ ଚାଲାଣ ବେଳେ କାବୁ କଲା ପୋଲିସ, ୮୦ କେଜି ଗଞ୍ଜେଇ ସହ ତିନି ଗିରଫ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ପୋଲିସ ହାବୁଡରେ ପଡିଛି ଗଞ୍ଜେଇ ମାଫିଆଙ୍କ ଏକ ଅନ୍ତରାଜ୍ଯ ଚାଲାଣକାରୀଙ୍କ ଟିମ୍। ଏହି ଗଞ୍ଜେଇ ଚାଲାଣକାରୀଙ୍କ ନିକଟରୁ ୮୦ କେଜିର ଗଞ୍ଜେଇ, ଗୋଟିଏ କାର ସହ ତିନୋଟି ମୋବାଇଲ ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଏହି ଗିରଫ ଆସାମୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସୁଚନା ମୁତାବକ ଗତକାଲି ପଡିଆ ପୋଲିସର ଏକ ଟିମ୍ ଓଡିଶା – ଛତିଶଗଡ ସୀମାବର୍ତ୍ତୀ କମାରଗୁଡା ପୋଲିସ ଚେକ୍ ପୋଷ୍ଟ ନିକଟରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ୟୁପି ୧୪ ବିଏମ ୪୪୫୬ ନମ୍ବର ଧାରୀ ଏକ ରୁପେଲି ରଙ୍ଗର କାର ଦ୍ରୁତ ଗତିରେ ପଡ଼ିଆରୁ ଛତ୍ତିଶଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ପଡିଆ ପୋଲିସ ପକ୍ଷ୍ୟରୁ ପୂର୍ବରୁ ଚେକ୍ ପୋଷ୍ଟରେ ନିୟୋଜିତ ଏକ ଟିମ୍ କାରଟିକୁ ଅଟକାଇ ଯାଞ୍ଚ କରିବା ସହ ମୋଟ ୮୦ କେଜି ଗଞ୍ଜେଇ ଜବତ କରିଥିଲା। ଏଥିସହ ଉତ୍ତର ପ୍ରଦେଶର ଫିରାଜ ସାଇଫି, ନାଜିମ ମଲ୍ଲିକଙ୍କୁ ଘଟଣାସ୍ଥଳରୁ ଗିରଫ କରାଯଇଥିଲା । ଏହାପରେ ମାଲାକାନଗିରି ଏସଡିପିଓ ସଚିନ ପଟେଲ ଓ ପଡିଆ ଥାନା ଅଧିକାରୀଙ୍କ ରମେଶ୍ଵର ପ୍ରଧାନଙ୍କ ନେତୃତ୍ବରେ ଏହି ଚାଲାଣ କାରୀଙ୍କୁ ପଚରାଉଚୁରା କରାଯାଇ ଏହି ଚାଲାଣରେ ସମ୍ପୃକ୍ତ ଥିବା ଗୁରୁଚାନ୍ଦ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ କରାଯଇଥିଲା । ଏଥିସହ ଆଜି ତିନିଜଣ ଆସାମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏ ନେଇ ପଡିଆ ଥାନାରେ ମାମଲା ସଂଖ୍ୟା ୧୦/୨୦୨୫ ରୁଜୁ କରାଯାଇ ଘଟଣାର ପରବର୍ତ୍ତୀ ତଦନ୍ତ ଜାରୀ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.