ଗଞ୍ଜାମ ଜିଲ୍ଲାରେ ଡ୍ରଗ୍ସ ବିଭାଗ କୋମାରେ :ଶୀତତାପ ନିୟନ୍ତ୍ରିତ କୋଠରୀ ରେ ବାବୁ ମସଗୁଲ…!!

ଭଗବାନ ଭରଷା ରେ ରୋଗୀ…

add-all

ଔଷଧ ଦୋକାନୀ ମାନେ ଜଣେ ଜଣେ ବଡ଼ ଡାକ୍ତର ବିନା ଡାକ୍ତର ପରାମର୍ଶ ରେ ଦେଉଛନ୍ତି ଔଷଧ..

ଗ୍ରୋସରୀ ଦୋକାନ ଭଳି ଅନଭିଜ୍ଞ ଲୋକଙ୍କ ଦ୍ଵାରା ଚାଲିଛି ଔଷଧ ବିକ୍ରି ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଛତୁ ଫୁଟିଲା ଭଳି ଔଷଧ ଦୋକାନ ଖୋଲାଯାଇଛି। ଗ୍ରୋସରୀ ଦେକାନ ଭଳି କେତେକ ଔଷଧ ଦୋକାନୀ ଲୋକଙ୍କୁ ଡାକ୍ତର ଲେଖିନଥିବା ଔଷଧ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଅନଭିଜ୍ଞ ବ୍ୟକ୍ତି ବିଶେଷ ବା ଔଷଧ ଉପରେ ଜ୍ଞାନ ନଥିବା ବ୍ୟକ୍ତି ଅଧିକାଂଶ ଔଷଧ ଦୋକାନରେ ବସୁଥିବା ଦେଖିବାକୁ ମିଳୁଛି। କେତେକ ଦୋକାନୀ ରିହାତି ଦେବା ଆଳରେ ଜେନେରିକ ଔଷଧ କୁ ଏମ.ଆର.ପି ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଅଧିକାଂଶ ଗ୍ରାହକଙ୍କୁ ଔଷଧ ର ଦର ଓ ତାର ମାନ ଉପରେ ଅଭିଜ୍ଞତା ନଥାଏ ଏହାର ଫାଇଦା ନିମ୍ନ ମାନର ଔଷଧ ବିକ୍ରି କରୁଥିବା ଦୋକାନୀ ମାନେ ନିଅନ୍ତି। ଡ୍ରଗ୍ସ ବିଭାଗ ର ବାବୁ ମାନେ ଅଧିକାଂଶ ସମୟ ଶୀତତାପ ନିୟନ୍ତ୍ରଣ କକ୍ଷରେ ବସି ରହିବା ଦଲାଲଙ୍କ ସହଯୋଗ ରେ ମାସିଆରି ଆଦାୟ କରିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା କୁ ନେଇ ଚର୍ଚ୍ଚା ହେଉଛି। ଔଷଧ ର ପ୍ରକୃତ କ୍ରୟ କେତେ ବିକ୍ରି କେତେ କେବଳ ଦୋକାନୀ ହିଁ ଜାଣେ ଏବଂ ବିନା ବିଲ ରେ ଔଷଧ ବିକ୍ରୀ କରାଯାଉଛି । କିଛି ଔଷଧ ଦୋକାନ ରେ ୨୦ ପ୍ରତିଶତ ରିହାତି ଦରରେ ଔଷଧ ବିକ୍ରି ହେବାର ବୋର୍ଡ ମାରୁଥିବା ର ବି ନଜିର ରହିଛି। ରିହାତି ନେବା ମରୀଚିକା ପଛରେ ଗ୍ରାହକ ପଡ଼ି ନିମ୍ନ ମାନର ଔଷଧ କ୍ରୟ କରି କ୍ଷତିଗ୍ରସ୍ତ ହେଉଥିବା ଲକ୍ଷକରା ଯାଇଛି। ଡାକ୍ତର ଲେଖିବା ଔଷଧ ସେ ନିକଟରେ ଥିବା ଔଷଧ ଦୋକାନ ରେ ହିଁ ଅଧିକାଂଶ ମିଳିଥାଏ। ଏଥିରେ ଡାକ୍ତର ଓ କମ୍ପାନୀ ମାନଙ୍କ ସହ ଲେଖା ଛିଡ଼ି ଯାଇଥାଏ ପୂର୍ବରୁ କମିଶନ କୁ ନେଇ ଡାକ୍ତର ଓ କମ୍ପାନୀ ମଧ୍ୟରେ ଆଲୋଚନା ହୁଏ।ତେଣୁ ଅଧିକାଂଶ ଡାକ୍ତର ଅଧିକା କମିଶନ ନେଇ ସଠିକ ଔଷଧ ନାମିଦାମୀ କମ୍ପାନୀ ର ଲେଖନ୍ତି ସେଥିପାଇଁ ଡାକ୍ତର ମାନଙ୍କୁ କେବଳ କମିଶନ ନୁହେଁ ତା ସାଙ୍ଗକୁ ବହୁତ କିଛି ସୁବିଧା ବି ପାଇଁ ଥାନ୍ତି ଏପରିକି ବିଦେଶ ଗସ୍ତ ମଧ୍ୟ କରିଥାନ୍ତି । ଯାହାଫଳରେ ଅସଲି ଟଙ୍କା ନେଇ କିଛି ଔଷଧ ଦୋକାନୀ ନିମ୍ନ ମାନର ଓ ଜେନେରିକ ଔଷଧ ଦେଉଥିଲେ ବି ଡ୍ରଗ୍ସ ବିଭାଗ ବଡ଼ ପଣ୍ଡା ମାନେ ମାନେ ଏଭଳି ଦୋକାନୀ ମାନଙ୍କ ପିଣ୍ଢା କେବେବି ପାଦ ପକାନ୍ତି ନାହିଁ। ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲାର କୌଣସି ଔଷଧ ଦୋକାନ ଉପରେ ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ ହେବାର ନଜିର ନାହିଁ।ସାଧାରଣ ରେ ଅଭିଯୋଗ ଆସୁଛି ଓଡିଶା ର ଗଞ୍ଜାମ ଜିଲ୍ଲାରେ କଫ ସିରଫ ବହୁଳ ପରିମାଣରେ ବିକ୍ରୀ ହେଉଛି l ପ୍ରଶାସନ ସବୁ ଜାଣି ମାସିକିଆ ବଟି ନେଇ ଚୁପ ବସିଛି, କିଛି ବୁଦ୍ଧିଜୀବୀ ଏହାକୁ ନେଇ କାହାକୁ ଅଭିଯୋଗ କରିବେ କାରଣ ଦଲାଲ ମାନଙ୍କ ହାତରେ ଏବେ ସ୍ୱାସ୍ଥ୍ୟ ବିଭାଗ l ଜିଲ୍ଲାର ଡ୍ରଗ୍ସ ଅଧିକାରୀ କିଏ ଏହାବି ସାଧାରଣ କିମ୍ବା ବୁଦ୍ଧିଜୀବୀ ଜାଣି ନାହାନ୍ତି ତେଣୁ ଅଭିଯୋଗ କରିବେ କାହାକୁ l କିଛି ଦଲାଲ ଆର ଟି ଓ ଅଫିସ ଦଲାଲ ପରି ମାସକୁ ଜିଲ୍ଲା ରେ ଥିବା ଔଷଧ ଦୋକାନ ଗୁଡିକୁ ଘୁରିବୁଲି ମାସିକିଆ ବଟି ଆଦାୟ କରୁଥିବା ବି କିଛି ଦୋକାନୀ ନିଜ ନାମ ଗୋପନ ରଖି ଅଭିଯୋଗ କରୁଛନ୍ତି l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ମଧ୍ୟ୍ୟ ଏଥି ପ୍ରତି କୌଣସି ପଦକ୍ଷେପ ନେବା ଦୃଷ୍ଟି ଗୋଚର ହେଉନାହିଁ ଏଠାରେ ସମସ୍ତେ ଫିକ୍ସଙ୍ଗ କେବଳ ରୋଗୀ ଆଉ ଗ୍ରାହକ ଜଳକା କହିଲେ କିଛିବି ଭୁଲ ହେବ ନାହିଁ l ଭଗବାନଙ୍କ ଭରଷା ରେ ଜିଲ୍ଲାର ରୋଗୀ ସବୁ ଦିଗରୁ ଚିଟିଙ୍ଗ ର ଶିକାର ହେଉଛି ରୋଗୀ l ସ୍ୱାସ୍ଥ୍ୟ ମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ଚାଲିଥିବା ଶୋଷଣ କାରୀଙ୍କ ପ୍ରତି ଦୃଷ୍ଟି ଦେବାକୁ ସଚେତନ ନାଗରିକ ମହଲ ରେ ଦାବୀ ହେଉଛି।

ad-week
Leave A Reply

Your email address will not be published.