ଦୀପ ତଳ ଅନ୍ଧାର :-ଗଞ୍ଜାମ ଜିଲ୍ଲାରେ ବିଭାଗୀୟ ମନ୍ତ୍ରୀ ଥାଇବି, ଅଧିକାଂଶ ଗାଡ଼ି ବିନା ବୀମା ଓ ଫିଟନେସ ରେ ଚାଲୁଛି…..!

ଯାଞ୍ଚ ନା ରେ ଆଦାୟ ପ୍ରବଳ କାମ ଦୁର୍ବଳ…!!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଅନେକ ଗାଡ଼ିର ବୀମା, ପଲ୍ୟୁସନ୍ ଓ ଫିଟନେସ ନଥିବାର ଗାଡ଼ି ଖୁଲାମ ଖୁଲା ଚାଲଛି। ଗଞ୍ଜାମ ଜିଲ୍ଲାରେ ପରିବହନ ମନ୍ତ୍ରୀ ରହିଛନ୍ତି। ହେଲେ ଅଧିକାଂଶ ଗାଡ଼ି ବିନା ପରମିଟ, ବିନା ଇନ୍ସୁରାନ୍ସ, ବିନା ପଲ୍ୟୁସନ ରେ କାହା ନିର୍ଦ୍ଧେଶ ରେ ଚାଲୁଛି ଏହା ଏକ ସାଧାରଣ ପ୍ରଶ୍ନ । ସାଧାରଣ ଲୋକେ ବାଇକ ଯୋଗେ ବିନା ହେଲମେଟ ରେ ଗଲେ ପୋଲିସ ବାବୁ ମାନେ ଅଚିନ୍ହା ମୁହଁ ଦେଖିଲେ ଗାଡ଼ିକୁ ହାତ ମାରି ଫାଇନ ଆଦାୟ କରନ୍ତି। ଜିଲ୍ଲାର ଛତ୍ରପୁର ଓ ଭଞ୍ଜନଗର ଠାରେ ପରିବହନ କାର୍ଯ୍ୟାଳୟ ଥାଇବି ଜିଲ୍ଲାର କୋଣ ଅନୁକୋଣ ରେ ଏଭଳି ଗାଡ଼ି ଗୁଡ଼ିକ ଚାଲୁଛି। ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରେ ବି ବାବୁ ମାନେ ବ୍ୟବହାର କରୁଥିବା ଗାଡ଼ିର ବି ସେହି ଅବସ୍ଥା। ବାବୁ ମାନେ ଶୀତ ତାପ ନିୟନ୍ତ୍ରଣ କକ୍ଷରେ ବସିରହିବା ଯୋଗୁଁ ଦଲାଲ ମାନଙ୍କ ହସ୍ତକ୍ଷେପ ଯୋଗୁଁ ଏହି ଗାଡ଼ି ମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲ୍ଲାର ଆର ଟି ଓ ବାବୁ ଆଦାୟ କରିବାରେ ସିଦ୍ଧହସ୍ତ ଯାହାକି ତାଙ୍କ ଚାକିରୀ ର ଇତିହାସ କହୁଛି । ଗାଡି ଯାଞ୍ଚ କରିବା ଦୂରର କଥା ଯାଞ୍ଚ ନା ରେ ହେଉଛି ପ୍ରବଳ ଆଦାୟ ବୋଲି ମଧ୍ୟ ଅଭିଯୋଗ ଆସୁଛି l ବ୍ରହ୍ମପୁର ସ୍ଥିତ ହଳଦିଆ ପଦର ଠାରେ ଫିଟନେସ ପାଇଁ ଗଲେ ବାହାରର ଦଲାଲ ମାନଙ୍କ ଜରିଆରେ ଫିଟନେସ ତଦାରଖ କରି ମୋଟା ଅଙ୍କ ଆଦାୟ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ବିନା ଫିଟନେସ, ବିନା ଇନ୍ସୁରାନ୍ସ ରେ ଚାଲୁଥିବା ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେଲେ ନିକଟରେ ଥିବା ଥାନାରେ ସବୁ ଫିକ୍ସ କରି ଅନ୍ୟ ଗାଡ଼ିକୁ ଦର୍ଶାଇ ଇନ୍ସୁରାନ୍ସ ପାଇଁ ଆବେଦନ କରିବାର ମଧ୍ୟ ନଜିର ବି ରହିଛି। ଠିକ ଯାଞ୍ଜ ନକରି ଦଲାଲ ମାନଙ୍କ ହାତରେ ପରିବହନ କାର୍ଯ୍ୟାଳୟ ଚାଲୁଥିବା ଯୋଗୁଁ ଆଜି ଏଭଳି ଗାଡ଼ିଙ୍କ ସଂଖ୍ୟା ବଢୁଥିବା ଚର୍ଚ୍ଚା ହେଉଛି। କିରାସିନି ମିଶ୍ରିତ ଗାଡି ସଂଖ୍ୟା ଜିଲ୍ଲା ରେ ପ୍ରବଳ, ଏପରିକି ବିନା ପରମିଟ ରେ ଗାଡି ଚାଲୁଛି କିନ୍ତୁ ପ୍ରଶାସନ ର ଯାଞ୍ଚ ଧର୍ମକୁ ଆଖିଠାର ସଦୃଶ୍ୟ l ସରକାରୀ ଗାଡି ମାନଙ୍କ କଥା ନକହିବା ଭଲ..!ଏପରିକି ସ୍କୁଲ ଓ କଲେଜ ଗୁଡିକ ରେ ବ୍ୟବହାର ହେଉଥିବା ଗାଡି ରେ ଅନେକ ଗାଡ଼ିର ଫିଟନେସ ବିନାହିଁ,ପରିବହନ ମନ୍ତ୍ରୀ ଖୋଦ ଗଞ୍ଜାମ ଜିଲ୍ଲାର ତେଣୁ ଦୀପ ତଳ ଅନ୍ଧାର ସଦୃଶ୍ୟ l ମନ୍ତ୍ରୀଙ୍କୁ ଖୁସ କରି ପରିବହନ ବିଭାଗ ଶୀତ ତାପ ନିୟନ୍ତ୍ରଣ କୋଠରୀ ରେ ବସି ମୌଜ ମସ୍ତିରେ ମସଗୁଲ କେବଳ ଆଦାୟ ପ୍ରବଳ କାମ ଦୁର୍ବଳ ବୋଲି ଚା ଖଟି ମାନଙ୍କ ରେ ଚର୍ଚ୍ଚା l ଦେଖାଯାଉ ପରିବହନ ମନ୍ତ୍ରୀ କେବେ ନିଜ ଜିଲ୍ଲାର ପରିବହନ ବିଭାଗ ଯାଞ୍ଚ କରି ତାଗିତ କରିବେ ତାହା ସମୟ କହିବ l

nis-ad
Leave A Reply

Your email address will not be published.