ନୟାଗଡ଼ ବନବିଭାଗର ବିଭିନ୍ନ କାର୍ଯ୍ୟର ତଦନ୍ତ ଆରମ୍ଭ…

ଏହା ଧର୍ମକୁ ଆଖିଠାର ନୂହତ..!!


ନୟାଗଡ଼: ନୟାଗଡ଼ ବନଖଣ୍ଡରେ ବୃକ୍ଷରୋପଣ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟର ତଦାରଖ ପାଇଁ ୧୮ ଜଣିଆ ତଦନ୍ତକାରୀ ଦଳ ଆସିଛନ୍ତି । ରାଜ୍ୟ ମୁଖ୍ୟ ବନସଂରକ୍ଷକ ଙ୍କ ନିର୍ଦ୍ଦେଶରେ ଏହି ତଦନ୍ତକାରୀ ଦଳ ନୟାଗଡ଼ରେ ପହଞ୍ଚିବା ପରେ ପଞ୍ଚରିଡ଼ା ବନଖଣ୍ଡ ର ତଦାରଖ କରିଛନ୍ତି । ନୟାଗଡ଼ ବନଖଣ୍ଡ ରେ ବୃକ୍ଷରୋପଣ ରେ ଅନିୟମିତତା, ମନରେଗା ଯୋଜନାରେ ଅନେକ ଦୁର୍ନୀତି ର ଅଭିଯୋଗ ଆସିଥିଲା । ଏହି ଅଭିଯୋଗ କୁ ଭିତ୍ତିକରି ରାଜ୍ୟ ମୁଖ୍ୟ ବନସଂରକ୍ଷକ ଙ୍କ ନିର୍ଦ୍ଦେଶରେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁରରୁ ୧୮ ଜଣକୁ ନେଇ ଏକ ଗଠିତ ଟିମ୍ ନୟାଗଡ଼ ଜିଲ୍ଲାରେ ତଦନ୍ତ ଆରମ୍ଭ କରିଛନ୍ତି । ଏହି ତଦନ୍ତକାରୀ ଟିମ୍ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲକୁ ଯାଇ ବାସ୍ତବିକ ସ୍ଥିତିକୁ ଅନୁଧ୍ୟାନ କରିବେ । ବୃକ୍ଷରୋପଣ ନକରି ହୋଇଥିବା ବିଲ୍, ପଥପାର୍ଶ୍ଵ ବୃକ୍ଷରୋପଣ ରେ ବ୍ୟାପକ ଅନିୟମିତତା, ବିଭିନ୍ନ କ୍ୱାଟର ଓ ଗୃହ ନିର୍ମାଣ କାର୍ଯ୍ୟର ତଦନ୍ତ କରି ପିସିସିଏଫ୍ଟ ରିପୋର୍ଟ ପ୍ରଦାନ କରିବେ । ବିଭିନ୍ନ ଜଙ୍ଗଲରେ ଜଳ ସଂରକ୍ଷଣ ପାଇଁ କରାଯାଇଥିବା ଚେକଦ୍ୟାମ, ଆଡ଼ିବନ୍ଧ, ପଥର ବନ୍ଧ ଗୁଡ଼ିକର ତଦାରଖ କରିବେ ବୋଲି ଜଣା ପଡିଛି । ଏବେ ବନ ବିଭାଗରେ ଅନିୟମିତତା କରିଥିବା କର୍ମଚାରୀ ଅକଳରେ ପଡିଛନ୍ତି ।ସୂଚନା ଥାଉକି ନୟାଗଡ ଜଙ୍ଗଲ ରେ ମୂଲ୍ୟବାନ କାଠ ଆଉ ନାହିଁ ବନ ବିଭାଗ ର ଅସାଧୁ କର୍ମଚାରୀ ଓ ମାଫିଆ ମାନଙ୍କ ମଧୁ ଚନ୍ଦ୍ରିକା ରେ ଜଙ୍ଗଲ ନଷ୍ଟ ହେବାକୁ ବସିଲାଣି ଯାହାକୁ ନେଇ ରୀତିମତ ବିଭିର୍ଣ୍ଣ ଗଣ ମାଧ୍ୟମରେ ଖବର ପ୍ରସାର ବି ହେଉଛି କିନ୍ତୁ ବାବୁ ମାନଙ୍କ ଆଦାୟ ପ୍ରବଳ ତେଣୁ କାହାକୁ ଖାତିର ନାହିଁ l ଜଦି ମାଫିଆ ମାନଙ୍କ ବିଷୟରେ ଖବର କିମ୍ବା ସୂଚନା ଦିଆ ଯାଏ ତେବେ ତୁରନ୍ତ ବାବୁ ମାନେ ମାଫିଆ ମାନଙ୍କୁ ଅବଗତ କରାଇ ଧର୍ମକୁ ଆଖିଠାର ସଦୃଶ୍ୟ ଯାଞ୍ଚ କରିବାକୁ ଯିବା ମଧ୍ୟ ନଜିର ରହିଛି l ଦେଖାଯାଉ ରାଜ୍ୟ ମୁଖ୍ୟ ବନସଂରକ୍ଷକ ଙ୍କ ନିର୍ଦ୍ଦେଶରେ ଏହି ତଦନ୍ତକାରୀ ଦଳ କିଭଳି ତଦନ୍ତ କରୁଛନ୍ତି ତାହା ସମୟ କହିବ l

nis-ad
Leave A Reply

Your email address will not be published.