ପ୍ରଶାସନ ନିରବଦ୍ରଷ୍ଟା ସାଜି କରୁଛି ଫିକ୍ସଙ୍ଗ..!, କାହାକୁ କରାଇବେ ଚୁପ….! କିଏ ହେବ ପ୍ରଶାସନ ର ଗେଲ୍ହା ପୁଅ..?

କିଛି ମଧ୍ୟସ୍ଥି ସାଜିଥିବା ଗୋଦି ମିଡ଼ିଆ ଏବେ ବାଲି ମାଫିଆ ଙ୍କ ଟାର୍ଗେଟ ରେ..!!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଶେରଗଡ଼ ତହସିଲ ଅଞ୍ଚଳର ବ୍ରହ୍ମଣଛାଇ ଓ ପାକିଡ଼ି ଦୁଇଟି ବାଲି ଘାଟ ଲିଜ ଦିଆଯାଇଛି। ବ୍ରହ୍ମଣଛାଇ ବାଲି ଘାଟରୁ ଗୁତା କାରୀ ବାଲି ଉତ୍ତୋଳନ ନକରି ଭେଟ୍ଟସିଙ୍ଗି ଠାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ଚାଲୁଛି। ସେହିପରି ପାକିଡ଼ି ଠାରେ ବାଲି ଉତ୍ତୋଳନ ପାଇଁ ଲିଜ ଦିଆଯାଇଥିବା ବେଳେ ସେଠାରୁ ବାଲି ନ ଉଠାଇ ପିତ୍ତଳ ଠାରୁ ବାଲି ଉତ୍ତୋଳନ କରାଯାଉଛି। ଏହି ଦୁଇ ଘାଟକୁ ନେଇ ଜିଲ୍ଲାର ଦୁଇ ଚୋରା ବାଲି ସମ୍ରାଟ ମାନଙ୍କ ସମର୍ଥକ ମାନଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦୁଇ ସମ୍ରାଟ ଙ୍କ କଳିକୁ ସମଧାନ କରିବାକୁ କବିସୂର୍ଯ୍ୟନଗର ନଗର ଅଞ୍ଚଳର ଗୋଦି ମିଡ଼ିଆ ମଧ୍ୟସ୍ଥି କରି ମୋଟା ଅଙ୍କ ହଡ଼ପ କରିଥିବା ଚର୍ଚ୍ଚା ହେଉଛି। ଏହି ଦୁଇ ବାଲି ଘାଟକୁ ନେଇ ବ୍ରହ୍ମପୁର, ଆସିକା ଅଞ୍ଚଳର ଦଲାଲ ମାନେ ମଧ୍ୟସ୍ଥି କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏରିଆ ବଣ୍ଟନ କୁ ନେଇ ଫାଙ୍କା ଗୁଳି ଚାଳନା ହୋଇଥିବା ନେଇ ଆଲୋଚନା ହେଲା ପରେ ସେ ଅଞ୍ଚଳର ଲୋକେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ବ୍ରହ୍ମପୁର- କବିସୂର୍ଯ୍ୟନଗର – ଆସିକା ଅଞ୍ଚଳ ର ଦଲାଲ ମାନେ ଦୁଇ ଗୋଷ୍ଠି ପାଖରୁ ଟଙ୍କା ନେଇ ଚୁପଚାପ ରହିଯାଇ ଥିବା ଜଣାପଡିଛି। ଚୋରା ବାଲି ବ୍ୟବସାୟ କୁ ନେଇ ମୁଣ୍ଡ ଗଡ଼ିବା ସମ୍ଭାବନା ରହିଥିବା ସମ୍ପର୍କ ରେ ନିସର୍ତ୍ତ ରେ ପୂର୍ବରୁ ଖବର ପ୍ରକାଶ ହୋଇଛି। ଯଦି ଫାଙ୍କା ଗୁଳି ଚାଲାଣ କଥା ସତ ତାହା ହେଲେ ଜିଲ୍ଲା ପ୍ରଶାସନ ବେଳ ଥାଉ ଥାଉ ପଦକ୍ଷେପ ନନେଲେ ବାଲି ମାଫିଆ ମାନଙ୍କ ମଧ୍ୟରେ ଗ୍ୟାଙ୍କ ୱାର ହେବାର ସମ୍ଭାବନା କୁ ଏଡ଼େଇ ହେବନାହିଁ। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ନାହିଁ ବାଲି ଓ ମଦ କୁ ନେଇ ଅନେକ ମୁଣ୍ଡ ଗଡିଛି ବର୍ତ୍ତମାନ ପରିସ୍ଥିତି କୁ ଦେଖିଲେ ଆଗାମୀ ଦିନରେ ବାଲି ଘାଟ କୁ ନେଇ ମୁଣ୍ଡ ଗଡିପାରେ l ପ୍ରଶାସନ ସବୁ ଜାଣି ନିରବ, ଶୁଣିବାକୁ ମିଳୁଛି ଦୁଇ ଗୋଷ୍ଠୀ କୁ ନେଇ ବୁଝାମଣା କରୁଛି ପ୍ରଶାସନ, ଅଞ୍ଚଳ ର ପୋଲିସ ପ୍ରଶାସନ ତୀକ୍ଷ୍ଣ ଦୃଷ୍ଟି ରଖିଛି କିନ୍ତୁ କଥାରେ ଅଛି କ୍ଷୀର ପିଉଛି ଜଣେ ସିଂଘ ଧରିଛି ଜଣେ l ଜଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଅଞ୍ଚଳ ରେ ଚର୍ଚ୍ଚା ହେଉଛି l
