ଛତ୍ରପୁର ପ୍ରେସ କ୍ଳବର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

youtube

ଛତ୍ରପୁର, : ଗଞ୍ଜାମ ଜିଲ୍ଲାର ସଦରମହାକୁମା ପ୍ରେସ କ୍ଳବର ବାର୍ଷିକ ଉତ୍ସବ ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିଅମ ଠାରେ ସଭାପତି ରବୀନ୍ଦ୍ର ନାଥ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ କୁ ପ୍ରଂଶସା କରିବା ସହିତ ସାମ୍ବାଦିକ ମାନେ ସମାଜ ର ଜାଗ୍ରତ ପ୍ରହରୀ ଅଟନ୍ତି ବୋଲି କହିଥିଲେ, ସମ୍ମାନିତ ଅତିଥି ଭାବେ ଓଡିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗ ର ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ଏଭଳି ଭବ୍ୟ କାର୍ଯ୍ୟକ୍ରମ କୁ ଅଭିନନ୍ଦନ ଜଣାଇବା ସହିତ ଛତ୍ରପୁର ପ୍ରେସ କ୍ଳବ ଆଜି ଜିଲ୍ଲାର ସମସ୍ତ ସାମ୍ବାଦିକ ଙ୍କୁ ଏକ କରିଦେଇଛନ୍ତି ବୋଲି କହିଥିଲେ, ସେହିପରି ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଖଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ମହିଳା ସାମ୍ବାଦିକ ସୁଜାତା ସାବତ ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ସମାଜ କୁ ଦିଗଦର୍ଶନ ଦେଉଛନ୍ତି ବୋଲି କହିଥିଲେ,

ଏହି ଅବସର ରେ ଶିକ୍ଷାବିତ ତଥା ୟୁରୋ ସ୍କୁଲ ର ମୁଖ୍ୟ ପୃଷ୍ଠ ପୋଷାକ ସସ୍ମିତା ମହାପାତ୍ର, ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଟ୍ରଷ୍ଟ ର ସଭାପତି ଦେବାଶିଷ ମିଶ୍ର, ସାମାଜିକ କର୍ମୀ ସମାପ୍ତି ପଟ୍ଟନାୟକ, କମଳ ପଣ୍ଡା ଓଶିକ୍ଷାବିତ ସୁଧୀର କୁମାର ସାହୁ ଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନ ପତ୍ର ସହ ସମ୍ମାନିତ କରାଯାଇଥିଲା, ପୂର୍ବରୁ ବାର୍ଷିକ ଉତ୍ସବ ପାଳନ ଅବସର ରେ ଛାତ୍ର ଛାତ୍ରୀ ମଧ୍ୟ ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା, ମହିଳା ଙ୍କ ମଧ୍ୟ ରେ ହୋଇଥିବା ଝୋଟି ପ୍ରତିଯୋଗିତା ଏବଂ ବରିଷ୍ଟ ନାଗରିକ ମଧ୍ୟରେ ହୋଇଥିବା ପାଦ ଚଲା ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ସମସ୍ତଙ୍କୁ ପୁରସ୍କାର ବିତରଣ କରିଥିଲେ, ଏହି ଅବସର ରେ ଛତ୍ରପୁର ର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୁଗ୍ଧ କରିଥିଲେ, ପ୍ରେସ କ୍ଳବ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ, ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା ରେ ପ୍ରେସ କ୍ଳବ ର ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ସହଯୋଗ କରିଥିଲେ

Leave A Reply

Your email address will not be published.