ମାଥିଲିଠାରେ ବିଶ୍ଵ ଆଦ୍ର ଭୂମିଜ ଦିବସ ପାଳିତ

add-all

ମାଲକାନଗିରି //ମାଥିଲି : ଆଜି ମାଥିଲି ବନାଞ୍ଚଳ ତରଫରୁ ମାଥିଲି ବନପାଳ କାର୍ଯ୍ୟାଳୟ ଠାରେ ବିଶ୍ଵ ଆଦ୍ର ଭୂମିଜ ଦିବସ ପାଳିତ ହୋଇଯାଇଛି । ଆଜି ପ୍ରାତଃ ୯ ଘଣ୍ଟିକ ସମୟରେ ଏକ ଅଭିନବ ଢଙ୍ଗ ରେ ଆଦ୍ର ଭୂମି ର ସୁରକ୍ଷା ଓ ରାମସେର କ୍ଷେତ୍ର ଗଢ଼ିବା ପାଇଁ ସ୍ଲୋଗାନ ଦେଇ ଏକ ବାଇକ୍ ରାଲି ଗୋବିନ୍ଦ ପାଲି ଠାରୁ ମାଥିଲି ଥାନା ପର୍ଯ୍ୟନ୍ତ କରାଯାଇଥିଲା ଏହି ରାଲିରେ ପ୍ରାୟ 100 ରୁ ଉର୍ଦ୍ଧ ବାଇକ୍ ଆରୋହୀ ଯୋଗ ଦେଇ ଥିଲେ । ଆଜିର ସଚେତନତା ସଭା ରେ ଶ୍ରୀ ବାସୁଦେବ ନାୟକ ବନାଞ୍ଚଳ ଅଧିକାରୀ ସଭାପତିତ୍ବ କରିଥିଲେ ଓ ଏହି ଦିବସ ପାଳନର ଉଦ୍ଦେଶ୍ୟ ଉପକାରିତା ସମ୍ପର୍କରେ ଅବଗତ କରିଥିଲେ । ଏହି ସଭାରେ ଶ୍ରୀମତୀ ସନ୍ତୋସିନି ପାତ୍ର ପ୍ରେରଣା ଟ୍ରଷ୍ଟ ପରିଚାଳକ ଓ ସୃଷ୍ଟି ଅନୁଷ୍ଠାନର କର୍ମୀ କିଶୋର କୁମାର ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଆଦ୍ର ଭୂମି,ଜଙ୍ଗଲ ବନ୍ୟ ପ୍ରାଣୀ ସୁରକ୍ଷା , ପରିବେଶ ସନ୍ତୁଳନ ଉପରେ ବୁଝାଇ ଥିଲେ । ଏହି ସଚେତନତା ଶିବିର ରେ 250 ରୁ ଉର୍ଦ୍ଧ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, 15 ଟି ବନ ସୁରକ୍ଷା ସମିତି ସଭାପତି ଓ ସଭ୍ୟ ସଭ୍ୟା ଓ ବିଭିନ୍ନ ଜଙ୍ଗଲ ନିକଟସ୍ଥ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ। ଗୋବିନ୍ଦପାଲି ବନପାଳ ପବିତ୍ର ଦାସ,ମାଥିଲି ବନପାଳ ମୁରଲୀ ମହାରଣା ପାଙ୍ଗାମ ବନପାଳ ସମରା ଖରା ,ଆମ ଜଙ୍ଗଲ ଯୋଜନା କର୍ମୀ ହୃଷୀକେଶ ପଣ୍ଡା, ବଂଶୀ ଅନୁଗୁଲିଆ ଆଦି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.