ବାଲିଗୁଡାରେ କ୍ଲଷ୍ଟରସ୍ତରୀୟ ନିପୂଣ ଓଡ଼ିଶା ମେଳା

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳା ବାଲିଗୁଡା ଏନ୍.ଏ.ସି(୧) କେନ୍ଦ୍ର ସଂଯୋଜିକା ଶ୍ରୀମତୀ ସୈାଦାମିନୀ ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବଳରାମ ବେହେରା। ବ୍ଲକ୍ କଲୋନୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୈତାରୀ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶ୍ରୀମତୀ ସୈାଦାମିନୀ ସାହୁ ମେଳାର ଉଦେଶ୍ୟ ବିଷୟରେ ବୁଝାଇଥିଲେ। ଏହି ମେଳାରେ ବ୍ଲକ୍ କଲୋନୀ କ୍ଲଷ୍ଟର ଅନ୍ତର୍ଗତ ୧୦ ଗୋଟି ବିଦ୍ୟାଳୟ ର ଏଫ.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପ୍ରତ୍ୟେକ ବିଦ୍ୟାଳୟ ରୁ ୧୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ବିଭିନ୍ନ ଶିକ୍ଷଣ ସାମଗ୍ରୀ ସହିତ ଉପସ୍ଥିତ ରହି ମେଳାକୁ ଉପଭୋଗ କରିବା ସହିତ ମେଳାକୁ ଆସୁଥିବା ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ ତଥା ଶିକ୍ଷା ବିଭାଗର ଅଧିକାରୀ ମାନଙ୍କୁ ଏହାର ଉପଯୋଗିତା ବିଷୟରେ ବୁଝାଇଥିଲେ। ଶେଷରେ ସହକାରୀ ଶିକ୍ଷକ ଅମୂଲ୍ୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥଲେ।

ad-week
Leave A Reply

Your email address will not be published.