କଭି ହାଁ କଭି ନାଁ ରେ ଚାଲିଛି ଚୋରା ବାଲି ଘାଟ…..! କାହା ଚାପ ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇଲା…?

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଥିବା ଦୁଇ ନଦୀ ଋଷିକୂଲ୍ୟା ଓ ବଡ ନଦୀରୁ ରୀତିମତ ଚୋରା ବାଲି ଚାଲାଣ ହେଉଛି। ଖବର ପ୍ରକାଶ ହେଲେ ବାବୁ ମାନେ କଭି ନାଁ କଭି ହାଁ ନୀତି ଅବଲମ୍ବନ କରୁଛନ୍ତି। କାହା ଇସାରାରେ ପୁଣି ବରଗାଁ ଓ ପଢ଼ାଳ ଗ୍ରାମ ନିକଟରେ ଥିବା ବଡ଼ନଦୀ ରୁ ବାଲି ଉଠାଣ ଆରମ୍ଭ ହେଲା। ପ୍ରଶାସନ ଯେବେ ଇଚ୍ଛାରେ ବାଲି ଘାଟ ଠାରେ ନାଲି ଫିତା ଲାଗୁଛି। ଯେଉଁ ଘାଟକୁ ବେଆଇନ ବୋଲି ଦର୍ଶା ଯାଉଛି। ପୁଣି ସେ ଘାଟରୁ ବାଲି ଉତ୍ତୋଳନ ହେଲେ ଆଉ କାର୍ଯ୍ୟନୁଷ୍ଠାନ ହେଉ ନାହିଁ। ଆସିକା ଅଞ୍ଚଳ ରେ ଚୋରା ବାଲି ଚାଲାଣ ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି। କିଛି ଦିନ ତଳେ ଭଞ୍ଜନଗର ଉପ ଜିଲ୍ଲାପାଳ ଆସିକା ରେ ଥିବା ବେଆଇନ ବାଲି ଘାଟକୁ ନୋଟିସ ଦେଇ ବନ୍ଦ କରିଥିଲେ। ଆଜି ପୁଣି ବରଗାଁ ଦେଇ ବିନା ୱାଇ ଫର୍ମ ରେ ହାଇୱା, ଟିପର ରେ ବାଲି ଚାଲାଣ ହେଉଛି। ଏହି ବାଲି କେଉଁଠାରୁ ଆସୁଛି ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଗଞ୍ଜାମ ଜିଲ୍ଲାରେ ଖଣି ମନ୍ତ୍ରୀ ଥାଇବି ଲଘୁ ଖଣିଜ ଦ୍ରବ୍ୟ ଲୁଟ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି।

ad-week
Leave A Reply

Your email address will not be published.