କିଶୋରୀମାନଙ୍କୁ ଅଣ୍ଡା ଦିଆଯାଉଥିବା ଯୋଜନା ବନ୍ଦ ହେବକି…?

add-all

ଅଣ୍ଡା ପାଇବାରୁ ବଞ୍ଚିତ ହେଲେ କିଶୋରୀ ଜୁଲାଇ ମାସର ଅର୍ଥ ଆଜି ସୁଦ୍ଧା ଆସିନାହିଁ…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ କିଶୋରୀ ମାନେ ମାନେ ଅଣ୍ଡା ପାଇବାରୁ ବଞ୍ଚିତ ହୋଇଛନ୍ତି।ସରକାର ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଶିଶୁ, ଗର୍ଭବତୀ, ପ୍ରସୂତି ଓ କିଶୋରୀ ମାନଙ୍କୁ ପ୍ରତି ମାସରେ ଅଣ୍ଡା ଯୋଗାଇ ଆସୁଛନ୍ତି। ନୂତନ ସରକାର ଆସିବା ପରେ କିଶୋରୀ ମାନଙ୍କ ପାଇଁ ଅଣ୍ଡା ସକାଶେ ଅସୁଥୁବା ଅର୍ଥ ଆସିନଥିବା ଅଙ୍ଗନବାଡି ଦିଦି ମାନେ ମତ ପ୍ରକାଶ କରିଛନ୍ତି। ପୃଷ୍ଟିକର ଖାଦ୍ୟ ଅଭାବ ନ ହେବା ପାଇଁ ସରକାରଙ୍କ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକ ମାଧ୍ୟମରେ ଅଣ୍ଡା ପାଇଁ ଅର୍ଥ ଯୋଗାଇ ଆସୁଥିଲେ। ଅଣ୍ଡା ଅର୍ଥ ରାଶି ନ ଆସିବା ଆଳ କରି ବହୁ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ଦେବା ବନ୍ଦ ହୋଇଯାଇଛି।ପୂର୍ବ ସରକାର କରିଥିବା ଯୋଜନା ନୂତନ ସରକାର ଠିକ ରୂପେ ପରିଚାଳନା କରି ପାରୁନ ଥିବା ନେଇ ଲୋକେ ଏବେ ଚର୍ଚ୍ଚା ଆରମ୍ଭ କରିଦେଲେଣି। ଏହି ଯୋଜନା ରେ ସବୁ ବର୍ଗର ହିତାଧିକାରୀ ମାନଙ୍କୁ ଅଣ୍ଡା ଯୋଗାଇ ଦିଆଯାଉ ଥିଲା। ଅଣ୍ଡା ଅର୍ଥ ନ ଆସିବା ଫଳରେ କିଶୋରୀ ମାନେ ଠିକ ଭାବେ ଅଣ୍ଡା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୀର୍ଘ ଦିନ ହେଲା ଏହି ଅସୁବିଧା ର ସମ୍ମୁଖୀନ ହେଉଥିବା ନେଇ କିଛି ଅଙ୍ଗନବାଡି ଦିଦି ମାନେ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଥିବା ଅଧିକାଂଶ ଅଙ୍ଗନବାଡି କେନ୍ଦ୍ର ଭଗବାନ ଭରସା ରେ ଚାଲୁଛି। ଅଣ୍ଡା ମିଳିନଥିବା ଯୋଗୁଁ ଯୋଜନା ବନ୍ଦ ହେବା ଆଶାରେ ହିତାଧିକାରୀ ମାନେ ଦ୍ୱନ୍ଦ୍ୱରେ ଥିବା ଜଣାପଡିଛି।

ad-week
Leave A Reply

Your email address will not be published.