
ଉମରକୋଟ / ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅଧିନସ୍ତ ୪୦ ନଂ ରାଜ୍ୟ ମୁଖ୍ୟ ରାଜ୍ୟ ରାଜ ପଥରୁ ଜରିଙ୍ଗାଠାରୁ ଛତିଶଗଡ ସଂଯୋଗ କରୁଥିବା ଓଡ଼ିଶାର ସୀମାନ୍ତ ଓଡଣ୍ଡି ଗ୍ରାମ ପ୍ରର୍ଯ୍ୟନ୍ତ ଦୀର୍ଘ ଆନୁମାନିକ ୧୫ କିଲୋମିଟର ରାସ୍ତାର କାମ ଧୀର ମନ୍ଥର ଗତିରେ ଚାଲୁଚି। ରାସ୍ତାରେ ଯିବା ଆସିବା ବାଟୋଇ ନାହିଁ ନ ଥିବାର ଅସୁବିଧାର ସଂମୋଖିନ ହୋଇ ରାସ୍ତାର କାମ କେବେ ସରିବ କହି ପ୍ରଶ୍ନବାଚୀ ସୃଷ୍ଟି କରିବା ପରିଲୋକ୍ଷିତ। ଏହି ରାସ୍ତାଟିରେ ନା ଅଛି କୌଣସି ଫଲୋକନାମା, ନା ରାସ୍ତାଟିରେ ପକାଉଛନ୍ତି ପାଣି। ରାସ୍ତାରେ କାମ କରୁଥିବା ଠିକାଦାରଙ୍କ ମେଟ କୁ ପଚାରିବାରୁ ତାଙ୍କେ କିଛି ସଠିକ ତଥ୍ୟ ଦେଇ ପାରୁ ନାହାନ୍ତି। ଜୋରେଙ୍ଗାଠାରୁ ଓଡଣ୍ଡି ଗ୍ରାମ ପ୍ରର୍ଯ୍ୟନ୍ତ ଯାଉ ଯାଉ ଛୋଟ ଛୋଟ ପିଲାମାନେ ଓ ବୟସ୍କ ଲୋକମାନେ ଶ୍ୱାସ କଷ୍ଟ ପାଉଛନ୍ତି କହି ଆମ ନିସର୍ତ ପ୍ରତିନିଧି ଆଗରେ ପ୍ରକାଶ କରିଛନ୍ତି। ଏହି ଧୂଳି ଓ ରାସ୍ତାର ସିମେଣ୍ଟ ମିସା ଡଷ୍ଟ ସବୁ ରାସ୍ତା କଡ଼ରେ ବସବାସ କରୁଥିବା ଲୋକ ମାନଙ୍କୁ ଘରେ ଏତେ ପରିମାଣରେ ପଶୀଯାଉଛି ତାହା ନଦେଖିଲେ କେହି ବିଶ୍ୱାସ କରି ପାରିବ ନାହିଁ।ରାସ୍ତା କଡ଼ରେ ବସବାସ କରୁଥିବା ପରିବାର ମାନେ ମଧ୍ୟ ଅଭିଯୋଗ କରି କହିଛନ୍ତି,ରାସ୍ତାଟି ପୂର୍ବରେ ଯାହା ଥିଲା ଭଲ ଥିଲା କିନ୍ତୁ ନୂଆ ରାସ୍ତା ତିଆରି ଅନୁମୋଦିତ ହେବା ପରେ ଲୋକଙ୍କ ମନରେ ଖୁସିର ଲୋହରି ଖେଳି ଯାଇଥିଲେ। ଏହି ଖୁସିର ଲୋହରି ଏବେ ଧୂଳି ଓ ସିମେଣ୍ଟ ମିଶା ଡଷ୍ଟ ତଳେ ଦବୀ ଯାଇ ବିଭିନ୍ନ ଶ୍ୱାସ କଷ୍ଟ ଓ ନିମୋନିଆ ଭଳି ରୋଗରେ ଚିକିତ୍ସିତ। ରାସ୍ତାରେ ଯିବା ଆସିବା ବାଟୋଇଙ୍କ ସହ ରାସ୍ତା କଡ଼ରେ ବସବାସ କରୁଥିବା ବାସିନ୍ଦା ମାନେ ଅଭିଯୋଗ କରି କହିଛନ୍ତି, କେବେ ସରିବ ଏହି ରାସ୍ତା କାମ।ରାସ୍ତାଟିରେ ପାଣି ପକାଇବାର ନିୟମ ଅଛି କି ନାହିଁ ତାହା ମଧ୍ୟ ଦାସପୁର, ଜଳଙ୍ଗପାରା, ପୌରବେଳା, ତୁରୁଡ଼ିହି, କଚନାପାରା, ଓଡଣ୍ଡି ସହ ଆଖ ପାଖ ସଂଲଙ୍ଗନୋ ଗ୍ରାମବାସୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି, କେବେ ସରିବ ଏହି ଧୂଳି,ଧୂସର, ଡଷ୍ଟ ପୁର୍ଣ ରାସ୍ତା କାମ ?। ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିବ ତୋ କାହାକୁ କରିବ କହି କହିଛନ୍ତି ଯେ, ରାସ୍ତାରେ ନ ଅଛି ଠିକାଦାର ଓ କୌ ବିଭାଗର କାମ ତାହାର କୌଣସି ଫଲୋକନାମା ବୋର୍ଡ। ଏହି ପରି ମନମୁଖୀ ଧୀର ମନ୍ଥର ଗତିର ରାସ୍ତା କାମ ପାଇଁ ଅଞ୍ଚଳରେ ଜଣଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗୁଛି।ଲୋକମାନେ ଆହୁରି ପ୍ରକାଶ କରିଛନ୍ତି, ରାସ୍ତା କାମଟି ଯେବେ ସରିବ ସରୁ କମ ପକ୍ଷେ ରାସ୍ତାରେ ପାଣି ପକାଇଲେ ସେମାନେ ଧୂଳି ଓ ସିମେଣ୍ଟମିସା ଡଷ୍ଟରୁ ଶ୍ୱାସ କଷ୍ଟ ଓ ଏଲୋର୍ଜି ଭଳି ରୋଗରୁ ମୁକ୍ତି ପାଇଥାନ୍ତା।