
ଭୁବନେଶ୍ବର ୮ !୨ ମାଲକାନଗିରି ଆରଏମସି ରେ ଉନ୍ନତି ନାମରେ ବ୍ୟାପକ ଦୁର୍ନୀତି ହେଉଛି lହିସାବ ରକ୍ଷକ ରୁ ସମ୍ପାଦକ ରୁପେ ପରିଚାଳନା କରିଥିବା ଦେବୀ ପ୍ରସାଦ ତ୍ରିପାଠୀ ଙ୍କ ୯ ମାସ ମଧ୍ୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ସହ ଅନେକ ଗୁଡ଼ିଏ କାମ କରିଛନ୍ତି। ସେଥିରେ ଦୁର୍ନୀତି ହୋଇଥିବାର ଅନେକ ଅଭିଯୋଗ ହୋଇଛି।ଏହି ଆର ଏମ ସି ରେ ପୂର୍ବ ସରକାରଙ୍କ ଆର୍ଶିବାଦ ବଳରେ ଶ୍ରୀ ତ୍ରିପାଠୀ ଏକଛତ୍ରବାଦ ଶାସନ ଚଳାଇଛନ୍ତି।ଶ୍ରୀ ତ୍ରିପାଠୀ ଙ୍କ କାର୍ଯ୍ୟକାଳ ଭିତରେ ଆର୍ ଏମ ସି ର କୋଟି କୋଟି ଟଙ୍କାର ଅନେକ ଅନାବଶ୍ୟକ ନିର୍ମାଣ, ଅଦରକାରୀ ମେସିନ ,କୋଟି କୋଟି ଟଙ୍କା ଆର ଏମ ସି ରୁ ପିସି ହାତେଇବା ପାଇଁ ଚଢାଦରରେ ଜିନିଷ କିଣି ଆର୍ ଏମ ସି ଟଙ୍କା ହରିଲୁଟ କରିଥିବାର ଅନୁମାନ ହେଉଛି।ଆଉ ଏମସି କମିଟି ଥାଇ ମଧ୍ୟ ବେଆଇନ ରିଜୋଲେସନ କରି ଉପଜିଲ୍ଲାପାଳ ଆର. ଏମ. ସି ର ଚେୟାରମେନ ଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସାହାଯ୍ୟରେ ଆରଏମସିରେ ବିରାଟ ଧରଣର ଦୁର୍ନିତି ଚାଲିଛି । ଆରଏମ ସି ଚେୟାରମେନ ଓ ଅଧିକାରୀ ଏବଂ ସଂପାଦକଙ୍କ ମିଳିଭଗତରେ ଲୁଣ୍ଠନ ହେଉଥିବା କୁ ନେଇ ଅନେକ ଅଭିଯୋଗ ଆସୁଛି, ଅଭିଯୋଗ କଲେ କର୍ମଚାରୀଙ୍କୁ ନାଲି ଆଖି l ଆର ଏମ୍ ସି ଟଙ୍କାର ଯଦି ଭିଜିଲାନ୍ସ କିମ୍ବା ଉଚ୍ଚସ୍ତରୀୟ ସ୍ବତନ୍ତ୍ର ଅଡିଟ କରାଯାଏ ତାହେଲେ କେତେ ଯେ ଦୁର୍ନିତି ହୋଇଛି ତାର ପର୍ଦ୍ଦାଫାସ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ଚେୟାରମ୍ୟାନ ଓ ପୂର୍ବ ସରକାରଙ୍କ ସଂପାଦକଙ୍କ ପ୍ରତି ଅହେତୁକ ଅନୁକମ୍ପା ରହି ଆସିଥିବାରୁ ତାଙ୍କ ଦୁର୍ନିତି ବିରୋଧରେ ଯାହା ଅଭିଯୋଗ ହେଲେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ । ତେଣୁ ସଂପାଦଳଙ୍କ ଦ୍ୱାରା ହୋଇଥିବା କେତେକ ଦୃଷ୍ଟାନ୍ତ ମୂଳକ ଦୁର୍ନୀତି ଉପରେ ଦୃତ ପଦକ୍ଷେପ ନେବା ପାଇଁ ନିମ୍ନରେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ । ମାଲକାନଗିରି ଆରଏମରେ ଯେତେ ଧାନ ବିକ୍ରୟ ପାଇଁ ଆସୁଛି ଚାଷୀ ଓ ମିଲର୍ସ ମଧ୍ୟରେ ବୁଝାମଣା ହୋଇ ସିଧାସଳଖ ମିଲକୁ ଧାନ ଯାଇଥାଏ । ବହୁତ କମ ଧାନ ମଣ୍ଡିମାନଙ୍କରେ ଓଜନ ହୁଏ । ପେଡିକ୍ଳିନର,ଗ୍ରେଇନ ଆନାଲାଇଜର, ଆସବାବପତ୍ର,ସିସି କେମେରା ସଂପାଦକ ଚଢାଦରରେ କିଣି ନିଜେ ମାଲେମାଲ ହେଉଛନ୍ତି । ଅନ୍ୟ ପକ୍ଷରେ ମଣ୍ଡିରେ ମେସିନ ଗୁଡ଼ିକୁ ବ୍ୟବହାର କରାନଯାଇ ଖତ ଖାଉଥିବା ଅଭିଯୋଗ ହୋଇଛି। ମାଲକାନଗିରି ଆର୍ ଏମ ସି ରେ ଗ୍ରେଡିଂ ଇକ୍ୟୁପମେଣ୍ଟ କିଣା, ରିଫ୍ରେଶ ମେଣ୍ଡନାମରେ ,ଓ ଉନ୍ନୟନ ନାମରେ ସମ୍ପାଦକ ପ୍ରତ୍ୟକ୍ଷ ଓ ପରୋକ୍ଷ ରେ କାମ କରି ବ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ ହୋଇଆସୁଛି । ବିଗତ ବର୍ଷ ମାନଙ୍କରେ ହୋଇଥୂବା ଖର୍ଚ୍ଚ ସମ୍ପର୍କରେ ଏକ ଉଚ୍ଚ ସ୍ମରୀୟ ତଦନ୍ତ କରାଗଲେ ଏହାର ସତ୍ୟା ସତ୍ୟ ପଦାକୁ ଆସି ପାରିବ ବୋଲି ଦାବୀ ହେଉଛି ।ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି (ଆରଏମସି) ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଈଛି। ଦାୟିତ୍ଵ ରେ ଥିବା ଅସ୍ଥାୟୀ ସମ୍ପାଦକଙ୍କ ବିରୁଦ୍ଧରେ ଦୀର୍ଘଦିନ ଧରି ଦୁର୍ନୀତି ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ କିଭଳି ଏହି ଦୁର୍ନୀତିଗ୍ରସ୍ତ

ଅଧିକାରୀଙ୍କୁ ଏଠାରେ ଦୀର୍ଘଦିନ ଧରି ଅବସ୍ଥାପିତ କରି ଦୁର୍ନୀତିକୁ ପ୍ରସୟ ଦେଉଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଚର୍ଚ୍ଚା ଜୋର ଧରିଛି l ସୂଚନା ଥାଉକି ମାଲକାନଗିରି ଉପ ଜିଲ୍ଲାପାଳ ଙ୍କ ଆଶ୍ରିବାଦ ଯୋଗୁ ଏହି ପରି ଦୁର୍ନୀତି ଖୁଲାମ ଖୁଲା ଚାଲିଛି ବୋଲି ସାଧାରଣ ତଥା ଚା ଖଟିରେ ଆଲୋଚନା ହେଉଛି l ମାଲକାନଗିରି ଆରଏମସି ର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରୀପାଠୀ ଓ ଆର ଏମ ସି ଅଧ୍ୟକ୍ଷ ମାଲକାନଗିରି ଜିଲ୍ଲାର ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଈ ଙ୍କ ଛତ୍ର ଛାୟାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ରେ ଅନିୟମିତତା କରାଯାଉଥିବା ଅଭିଯୋଗ କରିଛନ୍ତିି ସଭ୍ୟ ଓ ସାଧାରଣ ଲୋକେ।ସଭ୍ୟମାନେ ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇଲେ ସେମାନଙ୍କୁ ଅଣଦେଖା କରାଯାଉଛି । ଆର. ଏମ ସି ର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଙ୍କୁ ସମ୍ମାନ ଜଣାଇ ସଭ୍ଯ ମାନେ ନୀରବ ରହୁଥିବା ଦେଖିବାକୁ ମିଳୁଛି l ଏଠାରେ ସୂଚନା ଥାଉକି ଜଣେ ଠିକାଦାର ବିଶ୍ଵନାଥ ହାଁସଦା ଙ୍କ ନାମରେ ମାଲକାନଗିରି ବ୍ଳକ ଅନ୍ତର୍ଗତ ସେରାପାଲି ଗ୍ରାମ ରେ ବାଉଣ୍ଡେରି କାନ୍ଥ ୧୪,୯୯,୧୪୦ ଟଙ୍କା,ତୋଣ୍ଡାପାଲି ଗ୍ରାମ ରେ ୨୮,୪୨,୦୭୭, ଟଙ୍କା ବ୍ୟୟରେବାଉଣ୍ଡେରି କାନ୍ଥ ଓ ୨୨,୫୬,୬୫୧ଟଙ୍କା ବ୍ୟୟରେ ଗୋଦାମ ଗୃହ, କାଲିମେଳା ବ୍ଳକ ଜି ସାଲମାରି କୋଣ୍ଡା ୯,୩୮,୬୩୫,ଦେଓମାଳି ଏମ ୭୯ଗ୍ରାମରେ ୧୫,୨୧,୯୦୩,ଏମ ୭୨ଗ୍ରାମରେ ୧୧,୬୬,୧୦୯,, ଟଙ୍କା,ଏମ ଭି ୦୭ ଗ୍ରାମ ରେ ୨୯,୦୯,୬୨୨ଟଙ୍କା,ଗୁମୁକା ରେ ୧୩,୯୨,୪୬୬ଟଙ୍କା,ଚିତା ପାରି ୨୨,୧୮୦,୦୬୫ଟଙ୍କା,ପିତାଘାଟାରେ ଗୋଦାମ ଗୃହ ନିର୍ମାଣ ପାଇଁ ୨୨,୧୮୦,୬୫ଟଙ୍କାଓ ବାଉଣ୍ଡେରି କାନ୍ଥ ନିର୍ମାଣ୨୪,୧୮,୩୬୯, ଟଙ୍କା,ପୋତରେଈ ୭,୧୨,୫୫୪ଟଙ୍କା ଗୁମୁକାରେ ୨୧,୧୪,୪୦୨ଟଙ୍କାସୋମନାଥପୁର ରେ ୧୬,୪୫,୦୨୫ଟଙ୍କା, ସହ ଅନନ୍ୟ ୩,୧୧,୪୭,୫୦୦, ଟଙ୍କା ଵ୍ୟୟରେ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ଉକ୍ତ କାର୍ଯ୍ୟ ଗୁଡିକୁ ଜଦି ତଦନ୍ତ ପରିସର ଭୁକ୍ତ କରାଯାଏ ତେବେ ବାବୁ ମାନଙ୍କ ଅସଲ ମୁଖା ପଦାକୁ ଆସିଯିବ ।ଉକ୍ତ କାର୍ଯ୍ୟ ସମ୍ପାଦନ ସହ ତଦାରଖ ନିମନ୍ତେ ଦାୟିତ୍ୱ ରେ ଥିବା ଯନ୍ତ୍ରୀ ଭୁବନେଶ୍ଵର ରେ ଖୋଲାରେ ଖାଇ ମେଲା ରେ ସୋଇ କାର୍ଯ୍ୟ ସମ୍ପାଦନା କରିଥିବା ମଧ୍ୟ ଅଭିଯୋଗ ଆସୁଛି ଯାହାକି ତଦନ୍ତ ସାଫେକ୍ଷ l ଯନ୍ତ୍ରୀ, ଠିକାଦାର ଓ ପ୍ରଶାସନିକ ଅଧିକାରୀ ( ଉପ ଜିଲ୍ଲାପାଳ ) ଙ୍କ ମଧ୍ୟରେ ଥିବା ମଧୁ ଚନ୍ଦ୍ରିକା ବାରି ହୋଇପଡିଛି। ଯାହାକି ଧର୍ମକୁ ଆଖିଠାର ନୀତିରେ ଚାଲିଛି ଉର୍ଣ୍ଣୟନ ମୂଳକ କାର୍ଯ୍ୟ l ମାଲକାନଗିରି ଆର ଏମ ସି ର ବିଭିନ୍ନ କାରବାର ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ସାଙ୍ଗକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଅର୍ଥ ନୈତିକ ଅପରାଧ ଶାଖା ତରଫରୁ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବି ହେଉଛି।