ପାନୀୟଜଳ ଯୋଗାଣ ନାଁ’ରେ ହରିଲୁଟ୍ :ନିମ୍ନମାନର ନିର୍ମାଣ କାର୍ଯ୍ୟ ନେଇ ବଢୁଛି ଅସନ୍ତୋଷ, ଠିକାଦାର ପୋଷଣ ନୀତିରେ ଯନ୍ତ୍ରୀ…!

youtube


ହିଞ୍ଜିଳିକାଟୁ, ୮।୨: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ହୋଇଛି। ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର ପ୍ରତ୍ୟେକ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ନିର୍ମାଣ କରାଯାଇଛି ବସୁଧା ଯୋଜନା ମାଧ୍ୟମରେ ଓଭରହେଡ ଟ୍ୟାଙ୍କ୍‌ ନିର୍ମାଣ। ବାସ୍ତବ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବହୁ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକରେ ଦେଖିବାକୁ ମିଳିଛି। ସ୍ଥାନୀୟ ବ୍ଳକ ଶାସନଆମ୍ବଗାଁ ଗ୍ରାମପଞ୍ଚାୟତ ବାଦିଆମ୍ବଗାଁ ଗ୍ରାମରେ ପ୍ରାୟ ୩ହଜାର ଜନସଂଖ୍ୟା ଲୋକଙ୍କ ପାଇଁ ବସୁଧା ଯୋଜନାରେ ୧ଲକ୍ଷ ଲିଟର ବିଶିଷ୍ଟ ଏକ ପାନୀୟ ଜଳ ପ୍ରକଳ୍ପର ପାଣିଟାଙ୍କି ନିର୍ମାଣ କରାଯାଇଛି। ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ତାହା ଫାଟି ଯାଇଥିବା ଦେଖାଯାଇଛି । ନିର୍ମାଣ ପରଠାରୁ ଓଭରହେଡ ପାଣି ଟାଙ୍କିରୁ ଅନବରତ ପାଣି ଝରୁଛି। ଯାହାକି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଶାସନଆମ୍ବଗାଁ ପଞ୍ଚାୟତ ବାଦିଆମ୍ବଗାଁ ୟୁପି ସ୍କୁଲ୍ ନିକଟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ(ଆର୍‌ଡବ୍ଲୁଏସ୍‌ଏସ୍‌) ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ଏହି ଓଭରହେଡ ପାଣି ଟାଙ୍କିର ଅବସ୍ଥା ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ କେତେବେଳେ ଭୁଷୁଡି ପଡିବ ତାହାକୁ ନେଇ ସଂପୃକ୍ତ ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି । ପ୍ରାୟ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏହି ପାଣି ଟାଙ୍କିର ଶୁଭାରମ୍ଭ ହେବା ଦିନ ଠାରୁ ଟାଙ୍କିର ତଳ ଏବଂ ଚାରିପଟୁ ପାଣି ଝରିବା ଆରମ୍ଭ କରିଥିଲା। ଟାଙ୍କି ଭୁଶୁଡ଼ି ପଡ଼ିବା ଆଶଙ୍କାରେ ଏବେ ଟାଙ୍କିରେ ଅଧାରୁ କମ୍‌ ପାଣି ଭର୍ତ୍ତି କରାଯାଉଛି। ଯଦି ଟାଙ୍କି ରେ ୫୦ ହଜାର ଲିଟର ପାଣି ଭର୍ତ୍ତି କରାଯାଏ ତେବେ ତାହା ଭୁଶୁଡ଼ି ପଡ଼ିବା ଆଶଙ୍କା ସୃଷ୍ଟି ହେବା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଓଭରହେଡ ପାଣି ଟାଙ୍କିର ପିଲାର ଗୁଡିକରୁ ଲୁହାଛଡ଼ ଜଙ୍କ ଲାଗି ନଷ୍ଟ ହୋଇଥିବା ଦେଖାଯାଉଛି।ନିର୍ମାଣ ସମୟରେ ବିଭାଗ ପକ୍ଷରୁ ସଠିକ୍‌ ତଦାରଖ କରାଯାଇ ନଥିବାରୁ ନିମ୍ନମାନର କାର୍ଯ୍ୟ ହୋଇଥିଲାବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।


ତେବେ ସଂପୃକ୍ତ ଠିକାଦାର ମନମୁଖୀ ଭାବେ ଆକଳନ ବାହାରେ ନିମ୍ନମାନର ଚିପ୍ସ ସିମେଂଟ, ବାଲି ଓ ରଡ ବ୍ୟବହାର କରି ବହୁ ବିଳମ୍ବରେ ଏହି କାର୍ଯ୍ୟକୁ ସାରିଥିଲେ । ତେବେ ନିମ୍ନମାନର କାର୍ଯ୍ୟ ନେଇ ସେତେବେଳେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଇ ନଥିଲେ । ବିିଛାଯାଇଥିବା ପାଇପ ଗୁଡିକ ନିୟମ ମୁତାବକ ୩ଫୁଟ ଗଭୀର ତଳେ ପୋତାନଯାଇ କେଉଁଠାରେ ଏକଫୁଟ ତ ଅନ୍ୟ କେଉଁଠାରେ ୨ ଫୁଟ ଗଭୀର କରି ପାଇପ ଗୁଡାକ ପୋତାଯାଇଅଛି । । ଏହି ପ୍ରକଳ୍ପକୁ ନିର୍ମାଣ କାର୍ଯ୍ୟ ପ୍ରତି ଦୃଷ୍ଟି ଦିଆଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ଅନିୟମିତତା କାର୍ଯ୍ୟ ସଂପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାଶଙ୍କୁ ପଚାରିବାରୁ ସେ କହିଥିଲେ ୧୨ବର୍ଷ ତଳର ପୁରୁଣା ଟାଙ୍କି ହୋଇଥିବାରୁ ଲିକେଜ ଅଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ବିଭାଗୀୟ ଏସଡିଓ ମଳୟ କୁମାର ନାୟକଙ୍କ ସହ ଯୋଗାଯୋଗ କରିବାରୁ ୧୨ବର୍ଷ ପୁରୁଣା ଟାଙ୍କି ହୋଇଥିବାରୁ ସଂପୃକ୍ତ ପାଣି ଟାଙ୍କିରୁ ପାଣି ବୋହିବାର ଲାଗିଛି।

Leave A Reply

Your email address will not be published.