ମାଲକାନଗିରି ଜିଲ୍ଲାରେ ବଢୁଛି ସ୍କୁଲ ପିଲାଙ୍କ ଆତ୍ମ ହତ୍ୟା : ଜଙ୍ଗଲ ମଧ୍ୟରୁ ୨ସ୍କୁଲ ଛାତ୍ରୀଙ୍କ ମୃତଦେହ ଉଦ୍ଧାର…

ଜିଲ୍ଲା ପ୍ରଶାସନ କୁ ଫିକର ନାହିଁ…!!

add-all

ମାଲକାନଗିରି /କାଳିମେଳା : କିଛିଦିନ ପୂର୍ବରୁ ଜଣେ ସ୍କୁଲ ଛାତ୍ରଙ୍କ ଝୁଲନ୍ତା ମୃତଦେହ ସ୍କୁଲ ପଛପଟୁ ଉଦ୍ଧାର ହୋଇଥିବା ଦୁଃଖଦ ଘଟଣା ମନରୁ ଲିଭିନଥିବା ବେଳେ ।ଆଜି ପୁଣି ଏକ ଘଟଣା ଜିଲ୍ଲା ବାସୀଙ୍କୁ ଦୋହଲାଇ ଦେଇଛି। କାଲିମେଳା ବ୍ଲକ ଅନ୍ତର୍ଗତ MV 72 ପ୍ରାଥମିକ ନୋଡାଲ ବିଦୟାଳୟର ଦୁଇ ଛାତ୍ରୀ ଙ୍କ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ଦେହ ଉଧାର ହୋଇଛି ।
MV 72 ପ୍ରାଥମିକ ନୋଡାଲ ବିଦୟାଳୟର ଦୁଇ ଛାତ୍ରୀ ମନ୍ଦିରା ଶୋଡି (12)ଏବଂ ଜୋତି ହାଲଦାର୍ (12) ଦୁଇଜଣ ଦୁଇଦିନ ଧରି ନିଖୋଜ ଥବା ଖବର MV 79 ଥାନା ରେ ଦୁଇ ପରିବାରର ଅବିଭାବାକ ଏତଲା ଦେଇଥିଲେ। ପରେ MV 79 ପୋଲିସ୍ MV 72 ପ୍ରାଥମିକ ନୋଡାଲ ବିଦୟାଳୟ କୁ ଯାଇ ତଦନ୍ତ ଜାରି ରଖିଥିଲେ। କିନ୍ତୁ ଆଜି ସକାଳେ MPV 41 ଗ୍ରାମ ନାଳ ନିକଟସ୍ତ ଏକ ଗଛରେ ଓଢ଼ଣୀ ଦ୍ଵାରା ଝୁଲୁଥିବାର ଦେଖି କିଛି ଲୋକ ପୋଲିସ୍ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହିତ ଆତ୍ମହତ୍ୟା ନା ଅନ୍ୟ କିଛି ରହସ୍ୟ ରହିଛି ପାଖଆଖ ଅଞ୍ଚଳରୁ ତଥ୍ୟ ସଂଗ୍ରହ କରୁଛନ୍ତି ।

ad-week
Leave A Reply

Your email address will not be published.