ନୟାଗଡ :ଶ୍ରୀଅନ୍ନ ଯୋଜନାରେ ମହାଘୋଟଲା..!

youtube


ନୟାଗଡ: ନୟାଗଡ଼ ଜିଲ୍ଲାରେ ଶ୍ରୀଅନ୍ନ ଯୋଜନାରେ ସାଙ୍ଘାତିକ ଘୋଟଲା ର ଅଭିଯୋଗ ଆସିଛି । ଚାଷୀ ଚାଷ ନକରି ସହାୟତା ପାଇବା, ଚାଷ ନକରି ଜମି ପଞ୍ଜିକରଣ କରି ସହାୟତା ପାଇବା ପରେ ଏବେ କର୍ମଚାରୀ ନିଯୁକ୍ତି ଓ ସେମାନଙ୍କର ଦରମା ପ୍ରଦାନରେ ଏନଜିଓ ର ଜାଲିଆତି ସାମ୍ନାକୁ ଆସିଛି ।
ଓଡ଼ଗାଁ ବ୍ଲକରେ ଇଫକୋ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ ଏନଜିଓ ବ୍ଲକ ସଂଯୋଜକ ଭାବେ ଚନ୍ଦନ ପୃଷ୍ଟି ଏବଂ ସିଆରପି ଭାବେ ତାଙ୍କର ବାପା ତ୍ରିଲୋଚନ ପୃଷ୍ଟି କାର୍ଯ୍ୟ କରିବା, ଚାଷୀଙ୍କୁ ମିଳୁଥିବା ସହାୟତାକୁ ଅଧା ଅଧା ଭାଗ କରିବା ଅଭିଯୋଗ ଆସିଥିଲା । ଅନ୍ୟ ବ୍ଲକ ଗୁଡିକରେ ମଧ୍ୟ କର୍ମଚାରୀ ନିଯୁକ୍ତି,ଦରମା ପ୍ରଦାନରେ ବ୍ୟାପକ ଜାଲିଆତି ହୋଇଛି । କିଛି ଏନଜିଓ କାଗଜପତ୍ରରେ କର୍ମଚାରୀ ନିଯୁକ୍ତି କରାଇ ସେମାନଙ୍କର ଦରମାକୁ ବ୍ଲକ ସଂଯୋଜକ ଏବଂ ଅନ୍ୟ କର୍ମଚାରୀ ମାନେ ହଡ଼ପ କରିବାର ଅଭିଯୋଗ ଆସିଛି। ଏନଜିଓ ରେ କାର୍ଯ୍ୟରତ କର୍ମଚାରୀଙ୍କୁ ଶ୍ରୀଅନ୍ନ ଯୋଜନାରେ କର୍ମଚାରୀ ଭାବେ ନିଯୁକ୍ତି କାରବାର ଅଭିଯୋଗ ଆସିଛି ।


ମାଣ୍ଡିଆ ଚାଷ କୁ କାଗଜ କଲମରେ ଦର୍ଶାଇ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରୁ ଆଗୁଆ ମାଣ୍ଡିଆ କିଣି ଧାନମିଲ ରେ ସଫା କରାଯାଇ ମଣ୍ଡି ରେ ବିକ୍ରି କରାଯାଉଛି । ଜିଲ୍ଲାରେ ମାଣ୍ଡିଆ ଚାଷ ଓ ମଣ୍ଡିରେ ବ୍ୟାପକ ଜାଲିଆତି ହେଉଛି ବୋଲି ଅଭିଯୋଗ ଆସିଛି । ଏହାର ତଦନ୍ତ କରିବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.