ନୟାଗଡ : ନାବାଳିକା କୁ ଅସଦାଚରଣ,ଗାଁରେ କଙ୍ଗାରୁ କୋର୍ଟ…

ଘଟଣା କୁ ନେଇ ପୋଲିସ ନୀରବ ଦ୍ରଷ୍ଟା…

youtube


ନୟାଗଡ଼: ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଅଧିନସ୍ଥ ଏକ ବିଭାଗର ଜଣେ କର୍ମଚାରୀ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ ନାବାଳିକା ଜଣକ ବିଦ୍ୟାଳୟକୁ ଯିବାପାଇଁ ଅପେକ୍ଷା କରିଥିବା ବେଳେ ଉକ୍ତ ସରକାରୀ କର୍ମଚାରୀ ଜଣକ ନିଜ କାରରେ ବିଦ୍ୟାଳୟରେ ଛାଡ଼ିଦେବା ପାଇଁ କହିଥିଲେ । ନାବାଳିକା ଜଣଙ୍କ ଉକ୍ତ ସରକାରୀ କର୍ମଚାରୀ ଙ୍କୁ ଚିହ୍ନି ଥିବାରୁ ବିନା ଦ୍ୱିଧା ରେ କାରରେ ବସିଥିଲେ । କାର ଭିତରେ ନାବାଳିକାକୁ ଏକୁଟିଆ ପାଇ ଅଭିଯୁକ୍ତ ସରକାରୀ କର୍ମଚାରୀ ଜଣକ ଅସଦାଚରଣ କରିଥିଲେ । ନାବାଳିକା ଜଣକ ପାଟି କରିବାରୁ ତାଙ୍କୁ କାରରୁ ଓହ୍ଲାଇ ପଳାଇଥିଲେ । ନାବାଳିକା ଏକଥା ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ଗ୍ରାମବାସୀ ଙ୍କୁ ଜଣାଇଥିଲେ । ମାତ୍ର ଗ୍ରାମବାସୀ ମାନେ ଉକ୍ତ ଗ୍ରାମରେ କଙ୍ଗାରୁ କୋର୍ଟ କରି ଅଭିଯୁକ୍ତଙ୍କୁ ମାଡ଼ ମାରିବା ସହିତ ଅର୍ଥ ଜୋରିମାନା କରାଯାଇଛି।ଗ୍ରାମରେ ବୈଠକ କରି ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ସର୍ବସମ୍ମୁଖ ରେ ୩ଲକ୍ଷ ଟଙ୍କା ଜୋରିମାନା ସହିତ ଅଭିଯୁକ୍ତ ଗ୍ରାମ ବୈଠକରେ ଭୁଲ ମାଗିଛି । ଅଭିଯୁକ୍ତ ଆଇନ ଅନୁଯାୟୀ ଦୋଷୀ ହୋଇଥିଲେ ମଧ୍ୟ ନାବାଳିକାର ପରିବାର ଆଇନର ଆଶ୍ରୟ ନ ନେବା ଏବଂ କଙ୍ଗାରୁ କୋର୍ଟ ହୋଇଥିବା ଗାଁ ପୋଲିସ ମୁଖ୍ୟାଳୟ ର ନିକଟରେ ହୋଇଥିବାରୁ ପୋଲିସ ନିଜଆଡୁ ଏହି ମାମଲାରେ ମୁଣ୍ଡ ନଖେଲାଇବା ନୟାଗଡ଼ ସହରରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ଏହି ଘଟଣା ଦାଣ୍ଡରେ ପଡ଼ି ହାଟରେ ବୁଲୁଥିଲେ ମଧ୍ୟ ଏହି ସରକାରୀ କର୍ମଚାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.