ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଗୋଷ୍ଠୀ ପ୍ରଶିକ୍ଷଣ କର୍ମଶାଳା ଗ୍ରାମ୍ୟ

add-all

ହିଞ୍ଜିଳିକାଟୁ ୧୦/୨ : ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥା ପକ୍ଷରୁ ସୋମବାର ହିଞ୍ଜିଳିକାଟୁ ବ୍ଲକ ସଭାଗୃହରେ ପଞ୍ଚାୟତ ସ୍ତରରେ କାର୍ଯ୍ୟ ରତ ଏମବିକେମାନଙ୍କୁ ପାନୀୟ ଜଳର ଗୁଣବତ୍ତା ପରୀକ୍ଷା ପାଇଁ ତାଲିମ ପ୍ରଦାନ କରାଯାଇଛି। ବିଭାଗର କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ଦାସ ଙ୍କ ସହ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରଶନ୍ନ କୁମାର ଦଳାଇ ଓ ଏଲ ଏ ପ୍ରମୁଖ ଏମବିକେ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଆୟୋଜିତ କର୍ମଶାଳାରେ ଅତିଥି ଭାବେ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ସ୍ୱଚ୍ଛତା ହିଁ ସେବା ସଚେତନତା କାର୍ଯ୍ୟକ୍ରମ। ସମ୍ପୃକ୍ତ ପଞ୍ଚାୟତରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥା ସର୍ଵ ସାଧାରଣ ବ୍ୟବହୃତ ରାସ୍ତା,ପୋଖରୀ, କୋଠା ,ନାଳ ନର୍ଦ୍ଦମା ଓ ଗୋଷ୍ଠୀ ଶୌଚାଳୟ ଆଦି ସ୍ଥାନ ଗୁଡିକ ପରିଷ୍କାର ପରିଚ୍ଛନ୍ନ ରଖିବା ସକାଶେ ସଚେତନତା କରା ଯାଇଥିଲା। ଏହି ଏମବିକେ ମାନେ ପାନୀୟ ଜଳ ଉତ୍ସ ନଳକୂପ ଏବଂ ପାନୀୟ ଜଳ ପ୍ରକଳ୍ପ ର ପାଣିର ଗୁଣବତ୍ତା ପରୀକ୍ଷା କରି ସବିଶେଷ ତଥ୍ୟ ବିଭାଗୀୟ ୱେବସାଇଟରେ ଲୋଡ଼ କରିବେ ବୋଲି ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.