ଗଞ୍ଜାମ ଜିଲା ପ୍ରଶାସନ ସହ ଏମ୍‌ଓୟୁ ସ୍ବାକ୍ଷର କଲା ଆଇଆର୍‌ଇଏଲ୍‌

ଛତ୍ରପୁର,: ଗଞ୍ଜାମ ଜିଲାରେ ମିଠା ହେବ ସମୁଦ୍ର ପାଣି ଏହି ପ୍ରକଳ୍ପ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ସହ ଶୁକ୍ରବାର ଆଇଆର୍‌ଇଏଲ୍‌ର ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ଏହାଦ୍ୱାରା ସମୁଦ୍ରର ପାଣିକୁ ମଧୁର ଜଳ ଭାବେ ଗଞ୍ଜାମବାସୀ ବ୍ୟବହାର କରିବେ। ଏହି ଏମ୍‌ଓୟୁ ସ୍ବାକ୍ଷର ବେଳେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଆଇଆର୍‌ଇଏଲ୍‌ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ ଦୁଇଟି ଗାଁ ଆର୍ଯ୍ୟପଲ୍ଲୀ ଓ ମାଟିଖାଲକୁ ପାଣି ଯୋଗାଇ ଦିଆଯିବ। ଆଇଆର୍‌ଇଏଲ୍‌ ପ୍ଲାଣ୍ଟ ପରିସର ମଧ୍ୟରେ ଏହି ପ୍ରୋଜେକ୍ଟ ହେବ। ଏହାର କାମ ଗୋଟିଏ ବର୍ଷ ମଧ୍ୟରେ ସରିବ। ଏହି ପ୍ରୋଜେକ୍ଟ ଦ୍ୱାରା ପାନୀୟ ଜଳ ସଙ୍କଟକୁ ଦୂର କରିବ ବୋଲି କୁହାଯାଇଛି ବହୁତ ଶୀଘ୍ର ସରିବ ଟେଣ୍ଡର ପ୍ରକ୍ରିୟା ଏବଂ ପ୍ରୋଜେକ୍ଟ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.