ଆସିକା ଅପରାଧତତ୍ତ୍ୱ ମାନଙ୍କ ହାତରେ ଟେଣ୍ଡେର ପ୍ରକ୍ରିୟା ର ଡୋରି…..!

add-all

ଟେଣ୍ଡର ଫିକ୍ସ ପାଇଁ ଖୁଲାମ ଖୁଲା ବୈଠକ ପ୍ରଶାସନ ନିରବଦ୍ରଷ୍ଟା ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଟେଣ୍ଡେର ଫିକ୍ସ ପାଇଁ ବୈଠକ ପରେ ବୈଠକ ହେଉଥିବା ନେଇ ନିସର୍ତ୍ତ ରେ ସର୍ବ ପ୍ରଥମେ ଖବର ପ୍ରକାଶ ହୋଇଥିଲା। ଗତ କାଲି ମଧ୍ୟ ଗ୍ରାମ୍ୟ ଉନ୍ନ ୟନ, ଜଳସେଚନ, କ୍ଷୁଦ୍ର ଜଳସେଚନ, ପୂର୍ତ୍ତ ଓ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର କେତେକ କାର୍ଯ୍ୟରେ ଟେଣ୍ଡେ ର ଫିକ୍ସ ହୋଇଥିବା ପୂର୍ବରୁ ନିସର୍ତ୍ତ ଗତ ୨୧ ତାରିଖ ଦିନ ଖବର ପ୍ରକାଶ ହୋଇଥିଲା।ଅପରାଧତତ୍ତ୍ୱ ମାନେ କେଉଁ ଠିକାଦାର କେଉଁ ବିଭାଗ ର କାର୍ଯ୍ୟ ନେବେ କିଏ ଟେଣ୍ଡର ପକେଇବେ ତାହା ସ୍ଥିର କରୁଥିବା ନେଇ କିଛି ଠିକାଦାର ଅଭିଯୋଗ କରୁଛନ୍ତି। ଭାଇନାଙ୍କ ନିକଟରେ ବସୁଥିବା କିଛି କୁଜି ନେତା ମାନେ ଏହି ଟେଣ୍ଡର ଫିକ୍ସ ର ମାଷ୍ଟେର ମାଇଣ୍ଡ ସାଜିଥିବା ଚର୍ଚ୍ଚା ହେଉଛି। ୧୩ ବର୍ଷ ପୂର୍ବେ ଆସିକା ଅଞ୍ଚଳରୁ ଆରମ୍ଭ ହୋଇଥିବା ଟେଣ୍ଡର ଫିକ୍ସ ସମଗ୍ର ଗଞ୍ଜାମ ଜିଲ୍ଲାକୁ ବ୍ୟାପିଥିଲା। ଟେଣ୍ଡେର ଫିକ୍ସ କୁ ନେଇ ମୁଣ୍ଡ ଗଡ଼ିବା ପରେ ପୋଲିସ ଆକ୍ସନ ମୁଡ଼ରେ ଆସି ଶେଷରେ ଏନକାଉ ଣ୍ଟେର ମଧ୍ୟ କରିବାକୁ ପଛେଇ ନଥିଲା। ଟେଣ୍ଡର ଫିକ୍ସ ହେବା ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି। ଟେଣ୍ଡର ଫିକ୍ସ ର ରକମ ସିଧା ଅପରାଧ ତତ୍ତ୍ୱ ମାନଙ୍କ ନିକଟକୁ ଯାଉଛି। ଟେଣ୍ଡର ଫିକ୍ସ ପାଇଁ ଠିକାଦାର ମାନେ ଘନ ଘନ ବୈଠକ କରୁଥିଲେ ବି ପ୍ରଶାସନ ସବୁ ଜାଣି ଚୁପଚାପ ରହୁଥିବା ଯୋଗୁଁ ଏହା ପଛରେ ଥିବା ଅଦୃଶ୍ୟ ଶକ୍ତି କିଏ ବୋଲି ଚର୍ଚ୍ଚା ହେଲାଣି।

ad-week
Leave A Reply

Your email address will not be published.