ଦାବୀ ପୂରଣ ନ ହେଲେ ବିଧାନସଭା ଘେରାଉ କରାଯିବ : ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଚେତାବନୀ

add-all

ଛତ୍ରପୁର : ବିଭିନ୍ନ ଦାବି ନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଗଞ୍ଜାମ ଜିଲ୍ଲା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନ କୁ ତୀବ୍ର କରାଯିବା ସହ ବିଧାନସଭା ଘେରାଉ କରିବେ ବୋଲି ସେମାନେ ଚେତବନୀ ଦେଇଛନ୍ତି । ଅନୁଦାନରୁ ବାଦ ପଡିଥିବା ୧୯୪ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର କର୍ମଚାରୀ ମାନଙ୍କୁ ଅବସରକାଳୀନ ପେନସନ୍ ପ୍ରଦାନ କରିବା, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବା, ସମାନ କାମକୁ ସମାନ ଦରମା ପ୍ରଦାନ କରିବା ସମେତ ବିଭିନ୍ନ ଦାବି ଉପରେ ଆଲୋକପାତ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଗଞ୍ଜାମ ଜିଲ୍ଲା ସମ୍ପାଦକ ବିଜୟ କୁମାର ବେହେରା, ଓଷ୍ଠା ର ଜିଲ୍ଲା ଆବାହକ ହିମାଂଶୁ କୁମାର ପଟ୍ଟନାୟକ, ନୀଳାମ୍ବର ପଟ୍ଟନାୟକ, କେ. ପୂର୍ଣ୍ଣ ଚନ୍ଦ୍ର ଦୋରା, କୃଷ୍ଣ ଚନ୍ଦ୍ର ଦାଶ, ଆନନ୍ଦ କୁମାର ପାତ୍ର, ଶ୍ରୀହରି ପଟ୍ଟନାୟକ, ଚତୃର୍ଭୁଜ ଭୂୟାଁ ଓ ଯୁଧିଷ୍ଠିର ପାଢ଼ୀ ଙ୍କ ବହୁ ସଂଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.