କୋଷାଗୁମୁଡ଼ା ପଞ୍ଚାୟତ ସମିତି ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ନବରଙ୍ଗପୁରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

add-all

ନବରଙ୍ଗପୁର : ଆଜି କୋଷାଗୁମୁଡ଼ା ବ୍ଲକ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପଜିଲ୍ଲାପାଳ ପ୍ରକାଶ ମିଶ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରୀପାଠୀ ଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୩୪ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୧ଟି ବ୍ୟକ୍ତିଗତ ଅଭିଯୋଗ ଓ ୧୩ଟି ଗ୍ରାମ୍ୟ ତଥା ସାମୁହିକ ଅଭିଯୋଗ ସମ୍ମିଳିତ ଥିଲା। ଜନ ଶୁଣାଣୀ ପରେ ଜିଲ୍ଲାପାଳ ଦୂରାଗାଁ ସ୍ଥିତ ବିଦ୍ୟାଳୟ ର ୧୦୦ ଶଯ୍ୟା ବିଶିଷ୍ଟ ଆବାସିକ ଛାତ୍ରାବାସ ନିର୍ମାଣ ର କାର୍ଯ୍ୟ କୁ ପରିଦର୍ଶନ କରିଥିଲେ।ଏହାପରେ ବରଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସହ ପାଠ ପଢ଼ା ଉପରେ ବାର୍ତ୍ତାଳାପ କରି ଓଡ଼ିଆ ଏବଂ ଇଂରାଜୀ ଶ୍ରେଣୀ ରେ ପାଠ ପଢ଼ାଇ ଥିଲେ ଏବଂ ଜଳ ବିଶୋଧନ ପ୍ଲାଣ୍ଟ ର ଅଧିକାରୀ ଙ୍କୁ ଠିକ୍ ଭାବେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ad-week
Leave A Reply

Your email address will not be published.