ଶ୍ରମିକ ସଚେତନତା ରଥ ମାଧ୍ୟମରେ ବ୍ଲକସ୍ତରୀୟ ସଚେତନତା

add-all

ମାଲକାନଗିରି : ଜିଲ୍ଲାରେ ଦାଦନ ସଂଖ୍ୟା ବଢିବାରେ ଲାଗିଥିବା କାରଣରୁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଓଡିଶା ତରଫରୁ ଶ୍ରାମିକ ସଚେତନତା ରଥ ପରିଭ୍ରମଣ କରି ଶ୍ରମିକ ମାନଙ୍କୁ ସଚେତନତା କରାଉଥିବାର ଦେଖିବାକୁ ମିଳିଥିଲା। ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତ ସଦର ସମେତ ବିଭିନ୍ନ ଗ୍ରାମ ଗୁଡିକରେ ରଥ ବୁଲି ଶ୍ରମିକ ମାନଙ୍କୁ ସଚେତନାତା କରାଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର ପଡୋଶୀ ରାଜ୍ୟ ଆନ୍ଦ୍ର ତେଲେଙ୍ଗାନା ସହିତ ବିଭିନ୍ନ ରାଜ୍ୟକୁ ଜିଲାରୁ ବହୁ ଶ୍ରମିକ କାମ ଅନୁସରଣରେ ଯାଇ ନାହି ନଥିବାଅସୁବିଧାର ସମୁଖୀନ ହେଉଥିବାର ବହୁ ନଜିର ରହିଛି । ଏଣୁ ଆଜି ଶ୍ରମ ବିଭାଗ ତରଫରୁ ଏକ ଶ୍ରମ ସଚେତନତା ରଥ ପରି ଭ୍ରମଣ କରି ଶ୍ରମିକ ଶ୍ରେଣୀର ଲୋକଙ୍କୁ ସଚେତନତା କରାଇବା ସହିତ ଶିଶୁ ଶ୍ରମିକଙ୍କୁ ବିଭିନ୍ନ କାମରେ ନିଯୋଜିତ କରିଲେ ବିଭିନ୍ନ ଦଣ୍ଡ ବିଧାନ ରହିଥିବା ବେଳେ ଯଦି କୌଣସି ଶ୍ରମିକ ବାହାର ରାଜ୍ୟକୁ କମ କରିବାକୁ ଯାଉଛନ୍ତି ସେମାନେ ଠିକା ଦାରଙ୍କ ନଥି ପାତ୍ର ଅନୁଧ୍ୟାନ କରିବା ସହିତ ନିକଟସ୍ତ ଶ୍ରମ କାର୍ଯ୍ୟ।ଳୟର ନିୟମ ମାନିବାକୁ ସଚେତନତା ରଥ ମଧ୍ୟମରେ କୁହାଯାଇଛି ।

ad-week
Leave A Reply

Your email address will not be published.