ବ୍ରହ୍ମପୁର : ଜାତୀୟ ରାଜପଥ ୧୬ ରେ ଥିବା ଏକ ପେଟ୍ରୋଲ ପମ୍ପ ଓ ଟ୍ରକ ରୁ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଗୋପାଳପୁର ଥାନା ପୁଲିସ ୭ ଜଣ ଡକାୟତ କୁ କାବୁ କରିବାରେ ସଫଳତା ହୋଇଛି। ପୁଲିସ ୭ ଡକାୟତ ସମେତ ଗୋଟିଏ ଟାଟା ସୁମୋ ଗାଡ଼ି,୨ ଟି ଖଣ୍ଡା,୪ ଟି ଲୁହା ରଡ଼,୨ ଟା ଖାଲି ମଦ ବୋତଲ,୩୫୦୦ ଟଙ୍କା ସମେତ ୭ ଟି ମୋବାଇଲ ଫୋନ ଜବତ କରିଛି। ଗିରଫ ଯୁବକମାନେ ହେଲେ ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡା ସାଇ ବିହାର ର ଚିନୁ ବିଷୋୟୀ (୨୩), ସଦର ଥାନା ଅନ୍ତର୍ଗତ ହୁଗୁଳାପଟା ର ରାଜା ମହାରଣା (୨୦) ବାବୁଲା ନାୟକ(୧୯),ସିତୁନ ସ୍ବାଇଁ (୧୯),ସିତମ ସ୍ବାଇଁ(୨୧)କିରଣ ସ୍ବାଇଁ ଓରଫ ବେଲାଳସେନ(୨୨),ଓ ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ବଡ଼ସାହି ର ସାଗର ରାଉଳ(୨୩) ପ୍ରମୁଖ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୋଗ ଅନୁଯାୟୀ ଗତ ରବିବାର ରାତି ରେ ଗୋପାଳପୁର ପୁଲିସ ପକ୍ଷରୁ କରାପଲ୍ଲୀ ଠାରେ ପେଟ୍ରୋଲିଂ କରୁଥିବା ବେଳେ ପୁଲିସ କୁ ଏକ ବିଶ୍ବସ୍ତ ସୂତ୍ରରୁ ଜାତୀୟ ରାଜପଥ ନଂ ୧୬ ହାଇଓ୍ବେ ଢ଼ାବା କଡ଼ରେ କିଛି ଯୁବକ ସଂଘବଦ୍ଧ ଭାବେ ଏକାଠି ରହି ଡକାୟତି ଯୋଜନା କରିବାକୁ ପ୍ରସ୍ତୁତ କରୁଥିବା ଖବର ପାଇଥିଲା।ରାତି ୨ ଟା ୫୦ ମିନଟ ସମୟରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ ମାନଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ପୁଲିସ କୁ ଦେଖି ଯୁବକ ମାନେ ଖଣ୍ଡା ଓ ଲୁହା ରଡ଼ ରେ ଆକ୍ରମଣ କରିବାକୁ ଉଦ୍ୟମ କରି ଘଟଣା ସ୍ଥଳରୁ ଖସି ଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସମସ୍ତ ୭ ଜଣ ଯାକ ଡକାୟତ ଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଡ଼କାୟତ ମାନଙ୍କ ନେଇ ପଚରାଉଚରା ସମୟରେ ସେମାନେ ଢ଼ାବା ନିକଟରେ ଥିବା ପେଟ୍ରୋଲ ପମ୍ପ ସମେତ ଜାତୀୟ ରାଜପଥରେ ଯାଆସ କରୁଥିବା ଟ୍ରକ କୁ ଅଟକାଇ ଡକାୟତି ଯୋଜନା କରୁଥିବା ପୁଲିସ ସମ୍ମୁଖରେ ବୟାନ ଦେଇଥିଲେ। ପୁଲିସ ଡକାୟତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦେଇଛି।
