
ଚିତ୍ରକୋଣ୍ଡା : ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣ ଗୁରୁତର ଅବସ୍ଥାରେ ଚିତ୍ରକୋଣ୍ଡା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଲାମ୍ବାସିଂ ଠାରେ ଉଭୟ ପଟୁ ଆସୁଥିବା ଦୁଇଟି ବାଇକ ମୁହାଁମୁହିଁ ଗୁରୁତର ଧକ୍କା ହୋଇଥିଲା । ଫଳରେ ଦୁଇଟି ବାଇକରେ ବସିଥିବା ଚାରିଜଣ ଛିଟିକି ପଡ଼ିଥିଲେ । ଚିତ୍ରକୋଣ୍ଡା ଥାନା ତରଫରୁ ଖବର ପାଇବା ପରେ ଚିତ୍ରକୋଣ୍ଡା ଅଗ୍ନିଶମ ଓ ଜରୁରୀକାଳୀନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଠାଇ ଆଣି ଚିତ୍ରକୋଣ୍ଡା ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ସେଠାରୁ ଜଣକୁ ମାଲକାନଗିରି ଜିଲ୍ଲା ଡାକ୍ତରଖାନା କୁ ସ୍ଥାନାନ୍ତର କରାଇବା ସହିତ ଅନ୍ୟ ମାନେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନେ ହେଲେ ନୂଆ ଟେକପଦର ର ନାଗେଶ ହନ୍ତାଳ ଓ ସୁନ୍ଦର ରାୟ ହନ୍ତାଳ, ବଡ଼ପଡା ର ଲଇଖନ ବୁରୁଡ଼ି, କରଲାମାଳ ର ଦୁର୍ଲଭ ଖରା ।