
ଚଢ଼ାଉ କେବଳ ଧର୍ମକୁ ଆଖିଠାର…!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରୁ ପୁଣି ବିନା ୱାଇ ଫର୍ମ ରେ ଚୋରା ବାଲି ଚାଲାଣ ହେଉଛି। ହିଞ୍ଜିଳି,ଶେରଗଡ଼, ଆସିକା, ଧରାକୋଟ, ସୋରଡ଼ା ଆଦି ଅଞ୍ଚଳରେ ଥିବା ନଦୀ ଗୁଡିକରୁ ଖୁଲାମ ଖୁଲା ବାଲି ଚାଲାଣ ହେଉଛି। ସଞ୍ଜ ନଇଁଲେ କରେଞ୍ଜେଇ ନିକଟରେ ଧାଡ଼ି ଧାଡ଼ି ହୋଇ ବାଲି ନେବାକୁ ଟିପର, ଟ୍ରକ, ହାଇୱା ଠିଆ ହୋଇଥିବା ଦେଖିବାକୁ ମିଳୁଛି। ଚୋରା ବାଲି ମାଫିଆ ମାନଙ୍କ ଆସିକା ଏବେ ହୋବ ହୋଇଛି। ଚୋରା ବାଲି ମାଫିଆ ମାନଙ୍କ ସହ ନେତା ଓ ଅଧିକାରୀ ମାନଙ୍କ ସଲା ସୁତୁରା ରେ ବିନା ୱାଇ ଫର୍ମ ରେ ବାଲି ଚାଲାଣ କରୁଥିବା ରୀତିମତ ଅଭିଯୋଗ ହେଉଛି। ନଦୀ ନିକଟରେ ଥିବା ନଦୀ ବନ୍ଧ ଓ ସରକାରୀ ରାସ୍ତା କୁ କାଟି ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ ହେଉଛି। ପ୍ରଶାସନ ଧର୍ମକୁ ଆଖି ଠାର ଭଳି ନାଲି ପତାକା ଲଗାଇ ଆମେ ବେଆଇନ ବାଲି ଘାଟ ବନ୍ଦ କଲୁ ବୋଲି ସଫେଇ ଦିଅନ୍ତି। ପୁଣି ନାଲି ବନା ଲାଗିଥିବା ଘାଟକୁ ନେତାଙ୍କ ଆଦେଶ ଆସିବା ପରେ ଉକ୍ତ ବେଆଇନ ଘାଟ ପୁଣି ଚାଲୁ କରାଯିବାର ନଜିର ରହିଛି।ମେଡ଼ମ କିମ୍ବା ବାବୁଙ୍କୁ ଫୋନ କରିଲେ ଟିକସ ଓ

ଜରିମାନା ଦେଲେ ବୋଲି ସଫେଇ ଦିଆଯାଏ। ଗଞ୍ଜାମ ଜିଲ୍ଲାର ବାଲି ମାଫିଆ, ନେତା, ବାବୁ ମାନଙ୍କ ପ୍ରତି ଭିଜିଲାନ୍ସ ବିଭାଗ ର ଆଶୀର୍ବାଦ ଯୋଗୁଁ ଆଜି ସୁଦ୍ଧା ଏହି ସମସ୍ତଙ୍କ ଉପରେ ଚଢ଼ାଉ ହୋଇଥିବାର ମଧ୍ୟ ନଜିର ନାହିଁ। ଯାହା ଫଳରେ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଖୁଲାମ ଖୁଲା ଚୋରା ବାଲି ବେପାର ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାର ପରିବର୍ତ୍ତନ ହେବା ପରେ ଚୋରା ବାଲି ସମ୍ରାଟ ମାନଙ୍କ ପାଇଁ ପୁଷ ମାସ ପାଲଟିଥିବା ଚର୍ଚ୍ଚା ହେଉଛି। ଚୋରା ବାଲି କାରବାର ରେ ବାବୁ ଖୁସ, ନେତାମାନଙ୍କୁ ଖୁସ କରି ବାଲି ମାଫିଆ ମାନେ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରୁଥିବାଚର୍ଚ୍ଚା ହେଉଛି। ବାଲି ମାଫିଆ ମାନଙ୍କୁ ଖଣି, ରାଜସ୍ୱ ଓ ପୋଲିସ ବିଭାଗ ଛୁଟ କରିରିଥିବା ଯୋଗୁଁ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ଶତ ପ୍ରତିଶତ ବିଗିଡ଼ିବା ସମ୍ଭାବନା ରହିଛି। ମନ୍ତ୍ରୀ ଙ୍କ ନିଜ ଜିଲ୍ଲାର ମାଫିଆ ମାନଙ୍କ ସହିତ ଫିକ୍ସଙ୍ଗ ସରିଲା ପରେ ଅନ୍ୟ ଜିଲ୍ଲା ପ୍ରତି ଦୃଷ୍ଟି ବୋଲି ସାଧାରଣ ରେ ଆଲୋଚନା ହେଉଛି l ସୂଚନା ଥାଉକି ବିଗତ ଦିନେ ନୟାଗଡ ଜିଲ୍ଲା ରେ ମନ୍ତ୍ରୀ ଚୋରା ବାଲି ଚାଲାଣ ଉପରେ ଚଢ଼ାଉ କରିଥିଲେ ସେହି ସମୟରେ କିଛି ସାମ୍ବାଦିକ ଗଞ୍ଜାମ ଜିଲ୍ଲା ଚୋରା ବାଲି ଚାଲାଣ ଏବଂ ଆସିକା ବିଧାୟକ ଙ୍କ ଓଡ଼ିଓ ଭାଇରଲ ବିଷୟରେ ପଚାରିଥିଲେ ଯାହାକି ଆସିକା ବିଧାୟକ ଜଣେ ବାଲି ଗୁତାଧାରୀ ଙ୍କୁ ଫୋନ ଯୋଗେ ଧମକ ଏବଂ ମାସିକିଆ ବଟି କୁ ନେଇ ଆଲୋଚନା କରିଥିଲେ ଯାହାକି ଉକ୍ତ ଘଟଣା ସମଗ୍ର ଓଡିଶା ରେ ଚହଳ ପକାଇ ଥିଲା କିନ୍ତୁ ମନ୍ତ୍ରୀ ଉକ୍ତ ଘଟଣା କୁ ନେଇ ମୁହଁ ଖୋଲିଲେ ନାହିଁ l ଗଞ୍ଜାମ ଜିଲ୍ଲା ବର୍ତ୍ତମାନ ବାଲି ଓ ଖଣିଜ ପଦାର୍ଥ ମାଫିଆ ମାନଙ୍କ ଭୂସ୍ବଗ ପାଲଟିଛି କହିଲେ କିଛିବି ଭୁଲ ହେବ ନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଚୋରା ବାଲି, ଚୋରା ମଦ ଓ ଖଣିଜ ପଦାର୍ଥ କୁ ନେଇ ଆଗାମୀ ଦିନ ରେ ଅନେକ ମୁଣ୍ଡ ଗଡ଼ିବା ସମ୍ଭାବନା ମଧ୍ୟ ରହିଛି ତେଣୁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l