ନୟାଗଡ଼ ଜଗନ୍ନାଥ ମନ୍ଦିରରୁ ଚୋରି…

youtube


ନୟାଗଡ଼: ନୟାଗଡ଼ ଜଗନ୍ନାଥ ମନ୍ଦିରରୁ ସୁନା ଓ ରୂପା ଅଳଙ୍କାର ସମେତ ହୁଣ୍ଡିରୁ ଟଙ୍କା ଲୁଟ ଅଭିଯୋଗ ଆସିଛି । ଲୁଟେରା ମାନେ ଠାକୁରଙ୍କର ଗର୍ଭଗୄହରେ ପଶି ରତ୍ନ ସିଂହାସନ ଉପରେ ଚଢ଼ି ତିନି ଠାକୁର ପିନ୍ଧିଥିବା କିରଟି ଓ ନାକଚଣା କୁ ନେବା ସହିତ ମନ୍ଦିର ଭିତରେ ଥିବା ହୁଣ୍ଡି ତାଲା ଭାଙ୍ଗି ଲୁଟ କରିଛନ୍ତି । ସକାଳୁ ରାତ୍ର ଜଗୁଆଳ ଏବଂ ମନ୍ଦିର ପୂଜକ ମନ୍ଦିର ଦ୍ଵାର ତାଲା ଭଙ୍ଗା ଯାଇଥିବା ଦେଖି ମନ୍ଦିର ପରିଚାଳକଙ୍କୁ ଖବର ଦେଇଥିଲେ । ଏହାପରେ ମନ୍ଦିର ପରିଚାଳକ ସମେତ ନୟାଗଡ଼ ଟାଉନ ଥାନା ପୋଲିସ ମନ୍ଦିରରେ ପହଞ୍ଚି ମନ୍ଦିରରରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବାରାଡଙ୍କ ସୂଚନା ଅନୁଯାୟୀ ରାତ୍ର ଜଗୁଆଳ ରାତି୧.୩୦ ପର୍ଯ୍ୟନ୍ତ ରହି କାର୍ଯ୍ୟାଳୟ ଗୃହରେ ସୋଇପଡିଥିଲା । ଭୋର ପ୍ରାୟ ୪.୩୦ ବେଳେ ରାତ୍ର ଜଗୁଆଳ ଫୋନ କରି ଠାକୁରଙ୍କର ରୂପାର ୩ଟି କିରଟି, ନାକଚଣା ଚୋରି ହୋଇଯାଇଛି ।ଏହି ଅଳଙ୍କାରର ମୂଲ୍ୟ ୧ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ସେହିପରି ମନ୍ଦିର ହଣ୍ଡିରୁ ପ୍ରାୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ତାଲା ଭାଙ୍ଗି ଲୁଟ କରିଛନ୍ତି ।ନୟାଗଡ଼ ଏସଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ, ଟାଉନ ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ମହାପାତ୍ର ତଦନ୍ତ କରିଥିବା ବେଳେ ସାଇଣ୍ଟଫିକ ଟିମ୍ ମଧ୍ୟ ଛାନଭିନ୍ କରିଛନ୍ତି। ମନ୍ଦିର ପରିଚାଳକ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲା ବେଳେ ପୋଲିସ ରାତ୍ର ଜଗୁଆଳ କୁ ଅଟକ ରଖିଛି।ନୟାଗଡ଼ ବାସୀ ଏହି ଚୋରି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି ।ଅଭିଯୁକ୍ତ କୁ ତୁରନ୍ତ ଗିରଫ କରିବାକୁ ଦାବି ହେଉଛି ।ଗତ ମାସରେ ଇଟାମାଟି ଥାନା ବଡ଼ ପଣ୍ଡୁସର ଗ୍ରାମର ଉଗ୍ରେଶ୍ୱର ଦେବ ମନ୍ଦିରରୁ ଦୁର୍ବୃତ୍ତ ମାନେ ବିଜେ ପ୍ରତିମା କୁ ଚୋରି କରିଥିବା ବେଳେ ଓଡ଼ଗାଁ ଥାନା ଦ୍ଵିତିକେଶ୍ୱର ମନ୍ଦିରରୁ ରାଧାକୃଷ୍ଣ ମୂର୍ତ୍ତି ଚୋରି ହୋଇଛି ।ଏନେଇ ଓଡ଼ଗାଁ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି । ନୟାଗଡ଼ ଜିଲ୍ଲାରେ ବିଭିନ୍ନ ମନ୍ଦିର ଗୁଡିକୁ ଦୁର୍ବୃତ୍ତ ମାନେ ଟାର୍ଗେଟ କରି ଲୁଟ କରୁଛନ୍ତି ଏନେଇ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.