
ହିଞ୍ଜିଳିକାଟୁ ୨୧!୨ ହିଞ୍ଜିଳିକାଟୁ ବ୍ଲକ୍ ରେ ଧାନ ବିକ୍ରିବଟାକୁ ନେଇ ଚାଷୀମାନେ ବହୁବିଧ ସମସ୍ୟାରେ ଛନ୍ଦି ହୋଇ ସମସ୍ୟା ଅଧିକ ଜଟିଳ ହୋଇ ପଡ଼ିଛି। ଏଠାରେ ରହିଥିବା ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅନିୟମିତତା ଚାଲିଥିବା ଅଭିଯୋଗ ହୋଇଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଥିବାବେଳେ ତାକୁ ଉଠାଯିବା ତ ଦୂରର କଥା, ତାକୁ କାଗଜାତ୍ରେ ଏଣ୍ଟ୍ରି ମଧ୍ୟ କରାଯାଉ ନାହିଁ। ଅନ୍ୟପଟେ ମଣ୍ଡିକୁ ଆସି ନଥିବା ଧାନକୁ ସିଧାସଳଖ କେତେକ ନିର୍ଦ୍ଦିଷ୍ଟ ରାଇସ୍ ମିଲକୁ ନିଆଯାଉଛି ଏବଂ ସେହି ଧାନକୁ ମଣ୍ଡିର କାଗଜାତ୍ରେ( ଫଲ୍ସଏଣ୍ଟ୍ରି) ମିଥ୍ୟା ଆଗମନ କରାଯାଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ମଣ୍ଡିରେ ଦୀର୍ଘଦିନ ଧାନ ବିକ୍ରି ଅପେକ୍ଷାରେ ପଡ଼ି ରହୁଛି ଏବଂ ତାହା ବିକ୍ରି ହୋଇପାରୁ ନଥିବାବେଳେ ଶେଷରେ ବିକ୍ରି ପାଇଁ ସମ୍ପୃକ୍ତ ଚାଷୀମାନଙ୍କୁ ମିଳିଥିବା ଟୋକନ ଅବଧି ମଧ୍ୟ ସରି ଯାଉଛି। ଏଭଳି ସାଂଘାତିକ ଅଭିଯୋଗ ନେଇ ହିଞ୍ଜିଳିକାଟୁ ବ୍ଲକ୍ ଖରିଡା ଗ୍ରାମର ନିରଞ୍ଜନ ପାଢି ଶୁକ୍ରବାର ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟକୁ ଆସିଥିଲେ। ହିଞ୍ଜିଳିକାଟୁ ରେ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଲିଥିବା ଅନିୟମିତତାର ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ନେବା ଏବଂ ମଣ୍ଡିରେ ବିକ୍ରି ଅପେକ୍ଷାରେ ପଡ଼ି ରହିଥିବା ସମସ୍ତ ଧାନକୁ କିଣିବାକୁ ଦାବି କରିଛନ୍ତି। ହିଞ୍ଜିଳିକାଟୁ ସମବାୟ ସମିତି ଓ ସ୍ଥାନୀୟ ଏସ୍ଏଚ୍ଜିକୁ ଉକ୍ତ ମଣ୍ଡିରେ ଧାନକ୍ରୟ ଦାୟିତ୍ୱ ଦିଆଯାଇଛି। କିନ୍ତୁ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅନିୟମିତତା ସହ କାଗଜ କଲମରେ ଚାଲିଥିବା ଅଭିଯୋଗ ହୋଇଛି। ଚାଷୀମାନେ ସେମାନଙ୍କୁ ମିଳିଥିବା ଟୋକନ ଆଧାରରେ ମଣ୍ଡିକୁ ଧାନ ଆଣୁଛନ୍ତି। କିନ୍ତୁ ସେମାନଙ୍କ ଧାନକୁ କିଣାଯାଉ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ମଣ୍ଡିକୁ ଆସି ନଥିବା ଧାନ ବେପାରୀ ମାଧ୍ୟମରେ ସିଧାସଳଖ ବିଭିନ୍ନ ରାଇସ୍ ମିଲକୁ ଯାଉଛି ଏବଂ ଧାନ କ୍ରୟସଂସ୍ଥା, ମଣ୍ଡି କର୍ମଚାରୀ ଏବଂ ମିଲର୍ସଙ୍କ ମିଳିତରେ ମଣ୍ଡି କାଗଜପତ୍ରରେ ସେହି ଧାନକୁ ଫଲ୍ସଏଣ୍ଟ୍ରି କରାଯାଉ ଥିବାବେଳେ ମଣ୍ଡିରେ ଧାନ ପକାଇଥିବା ଅନେକ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଉଛି। ଫଳରେ ଟୋକନ ଆଧାରରେ ମଣ୍ଡିକୁ ଆଣିଥିଲେ ସୁଦ୍ଧା ସେମାନେ ଧାନବିକ୍ରିରୁ ବଞ୍ଚିତ ରହୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଧାନ କିଣିଲା ବେଳେ କ୍ୟୁଣ୍ଟାଲ ପିଛା ଧାର୍ଯ୍ୟ ୨୩୦୦ ଟଙ୍କା ଦେବେ ସରକାର ଅତିରିକ୍ତ ୮୦୦ ଟଙ୍କା ଚାଷିଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଯିବବୋଲି ସରକାର ଘୋଷଣା କରିଥିଲେ। କଟଣି ଛଟଣି ପରେ ସେଥିରୁ ୪୦୦ଟଙ୍କା ମିଲର ମାଗୁଛନ୍ତି ଓ ଚାଷି ମନା କଲେ ନିମ୍ନମାନର ଦର୍ଶାଇ ଏଣ୍ଟ୍ରି କରୁନଥିବା ଅଭିଯୋଗ ହୋଇଛି। ଚାଷି ମାନଙ୍କ ଠାରୁ ଅଗ୍ରିମ ଚେକ ରଖି ମିଲର ଏଣ୍ଟ୍ରି କରୁଛନ୍ତି।ମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । କାଗଜ କଲମରେ ମଣ୍ଡି ବ୍ୟବସ୍ଥା ଚାଲିବା ଘଟଣା ସରକାର ଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ସୋଇଛି। ହିଞ୍ଜିଳିକାଟୁ ବ୍ଲକ୍ ରେ ରାଇସ ମିଲ ସମ୍ମୁଖରେ ପ୍ରତିଦିନ ଟ୍ରାକ୍ଟର,ପିକଅପ, ମିନିଟ୍ରକ,ଓ ଟ୍ରକ ସୋସାଇଟ ଇସାରାରେ ଧାଡିବାନ୍ଧି ରହୁଛନ୍ତି।ଯେଉଠି ମିଲର ଏଣ୍ଟ୍ରି ପୂର୍ବରୁ ଭାଗ ନଦେଲେ ଏଣ୍ଟ୍ରି କରୁନଥିବା ଅଭିଯୋଗ କରିଛନ୍ତିି ଚାଷି।ଯୋଗାଣ ବିଭାଗ ଅଧିକାରୀ ସବୁ ଜାଣି ନିରବ ରହୁଥିବା ଅଭିଯୋଗ ହୋଇଛି। ସମ୍ପାଦକ, ମିଲର ଓ ଯୋଗାଣ ଅଧିକାରୀ ଙ୍କ ଅସାଧୁତା ଗୋଲକ ଧନ୍ଦାଯୋଗୁଁ ବାଧ୍ୟ ହୋଇ ଚାଷି ନିଜ ପକେଟରୁ ଅଖା କିଣିବା ସହ ନିଜେ ଗାଡି ଭଡା ଦେଇ ମିଲକୁ ଧାନ ନେଉଛନ୍ତି। ସରକାର ଵଦଳିଲା କିନ୍ତୁ ମଣ୍ଡିରେ ସୁଧାର ଆସିବା ପରିବର୍ତ୍ତେ ଶୋଷଣର ଶିକାର ହେଉଛନ୍ତି ଚାଷି। ପୂର୍ବେ ସରକାର ଅଫିସର ମାନେ ଚଳାଉଥିବା ଅଭିଯୋଗ ହେଉଥିଲା କିନ୍ତୁ ଭୟ ରେ କିଛି ମାତ୍ରାରେ ସେଟେଲମେଣ୍ଟ କରୁଥିଲେ ।ମାତ୍ର ନୁଆ ସରକାର ଆସିଲା ଚାଷି ଙ୍କୁ ଅଦିନିଆ ବର୍ଷା ଦାଉ ସାଧିଲା ନୁଆ ସରକାର ଅତିରିକ୍ତ ୮୦୦ଟଙ୍କ ସହାୟତା ରାଶି ଘୋଷଣା କଲେ ମାତ୍ର ଚାଷି ଲୁଟର ଶିକାର ହେଉଛନ୍ତି ଓ ବୁଝିବାକୁ ଅସମର୍ଥ ବୋଲି କହିଛନ୍ତି।ଏ ସମ୍ପର୍କରେ ହିଞ୍ଜିଳି ଯୋଗାଣ ଅଧିକାରୀ ସ୍ନେହାଞ୍ଜଳୀ ସ୍ଵାଇଁ ଙ୍କୁ ପଚାରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ କଲ ଉଠାଇଥିଲେ ।ଫଳରେ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ହିଞ୍ଜିଳି କଙ୍ଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ ଦାବି କରିଛନ୍ତି। ଧାନ ମଣ୍ଡି କାଗଜ କଲମରେ ଚାଲିଥିବା ଅଭିଯୋଗ କୁ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।