ଦିନକୁ ଦିନ ବଢୁଛି ଘରୋଇ ବ୍ୟାଙ୍କ ଜାଲିଆତି…

ବ୍ୟାଙ୍କରୁ ଜାଲ ଗ୍ୟାରେଣ୍ଟି ନେଇ ମିଲେର ହଟ ହଟା,.. ବ୍ୟାଙ୍କ ମ୍ୟାନେଜର ଫେରାର…..!


ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ରେ ଜାଲ କାଗଜପତ୍ର ଦେଇ କୋଟିଏ ରୁ ଉର୍ଦ୍ଧ୍ଵ ଟଙ୍କା ଋଣ ଉଠାଇବା ଘଟଣା ର ତଦନ୍ତ ଶେଷ ହୋଇନଥିବା ବେଳେ ପୁଣି କରୁର ବୈଶ୍ୟ ବ୍ୟାଙ୍କ ରୁ ଜାଲି ବି ଜି ( ବ୍ୟାଙ୍କ ଗ୍ୟାରେଣ୍ଟି) ନେଇ ଧାନ କିଣା ରୁ ବାଦ ପଡିଛନ୍ତି ଦୁଇ ମିଲର ଧରାକୋଟ ବ୍ଳକ ଢଉଗାଁ ସ୍ଥିତ ଗଣେଶ ରାଇସ ମିଲ ର ଭାସ୍କର ମହାନ୍ତି ଓ ସୋରଡା ବ୍ଳକ ବଡ଼ଗଡ଼ ସ୍ଥିତି ବିଜୟଲକ୍ଷ୍ମୀ ରାଇସ ମିଲ ର ପି ଭଗବାନ ପାତ୍ର। ଭାସ୍କର ମହାନ୍ତି ବ୍ୟାଙ୍କ ର ଆବଶ୍ୟକ କାଗଜପତ୍ର ଜମି ଦସ୍ତାବିଜ, ଫିକ୍ସିଡ଼ ଡିପୋଜିଟ ଦେବା ସହିତ ବିଜି ଚାର୍ଜ ବାବଦକୁ ଟଙ୍କା ଦେଇ ଏକ କୋଟି ଟଙ୍କା ର ବିଜି ପାଇଁ ଆବେଦନ କରିଥିଲେ। ତାଙ୍କୁ ଡିସେମ୍ବର ୩ ତାରିଖରେ କରୁର ବୈଶ୍ୟ ବ୍ୟଙ୍କ ବିଜି ଇସ୍ୟୁ କରିବା ସହିତ ବ୍ୟାଙ୍କ ର ମେଲ ରୁ ଜିଲା ଯୋଗାଣ ଅଧିକାରୀ ଙ୍କ ମେଲ କୁ ପଠାଇଥିଲେ। ଏହି ବିଜି ପାଇବା ପରେ ଭାସ୍କର ଙ୍କ ଗଣେଶ ରାଇସ ମିଲକୁ ଚାଷୀଙ୍କ ନିକଟରୁ ଧାନ କିଣିବାକୁ ଅନୁମତି ମିଳିଥିଲା ଏବଂ ସେ ଜାନୁଆରୀ ୧୯ ସୁଧା ୩୨୦ ଟନ ଧାନ କିଣିବା ପରେ ଯୋଗାଣ ବିଭାଗ ପକ୍ଷରୁ ତାଙ୍କ ପାଇଁ ବ୍ୟଙ୍କ ଦେଇ ଥିବା ବିଜି ଜାଲ। ଏହା ପରେ ଯୋଗାଣ ବିଭାଗ ଗଣେଶ ରାଇସ ମିଲ କୁ ଧାନ କିଣିବାକୁ  ବାରଣ କରିଥିଲା।  ସମାନ ସ୍ଥିତି ରେ ୬୦ ଲକ୍ଷ ଟଙ୍କା ର ସ୍ଥାୟୀ ଜମା କୁ  ବନ୍ଧକ ରଖି ଶାଖା ପରିଚାଳକ  ସୁରଜିତ ମିଶ୍ର ୬୦ ଲକ୍ଷ ଟଙ୍କା ର ବିଜି ପି ଭଗବାନ ପାତ୍ର ଙ୍କ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଜାନୁଆରୀ ୩ ତାରିଖରେ  ମେଲ କରିବା ପରେ ବିଜୟଲକ୍ଷ୍ମୀ ରାଇସ ମିଲ କୁ ଧାନ କିଣିବାକୁ ଅନୁମତି ମିଳିଥିଲା। ସେ ମଧ୍ୟ ୪୦ ଟନ ଧାନ କିଣିବା ପରେ ଜାନୁଆରୀ ୧୬ ତାରିଖରେ ତାଙ୍କ ବିଜି ନକଲି ବୋଲି ଜିଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ଜାଣିବାକୁ ପାଇଲେ ଏବଂ ତାଙ୍କ ମିଲ ମଧ୍ୟ ଧାନ କିଣା ରୁ ବଞ୍ଚିତ ହେଲା। ଏହାପରେ ଉଭୟ ଭାସ୍କର ମହାନ୍ତି ଓ ଭଗବାନ ପାତ୍ର ତାଙ୍କ ଅସଲ ବିଜି ପାଇଁ ବ୍ୟାଙ୍କ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ।ଏହି ମାମଲାରେ ତଦନ୍ତ ପାଇଁ ମିଲ ମାଲିକ ଆସିକା ଥାନା ରେ ଅଭିଯୋଗ କରିଛନ୍ତି। ଏହା ସହିତ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ପ୍ରକାରେ ଉପଜିଲ୍ଲାପାଳ ଗତକାଲି ବ୍ୟାଙ୍କ କୁ ଆସି ତଦନ୍ତ କରି ଫେରିଛନ୍ତି। ବ୍ୟାଙ୍କ ଉପରେ ଭରସା କରି ଉଭୟ ମିଲେର ହଟହଟା ର ସମ୍ମୁଖୀନ ହେବା ସହ ଚାଷୀଙ୍କ ଠାରୁ ଧାନ କ୍ରୟରୁ ବଞ୍ଚିତ ହୋଇଛନ୍ତି।

nis-ad
Leave A Reply

Your email address will not be published.