ଆସିକା ଅଞ୍ଚଳ ରେ ଥିବା ବେଆଇନ ପୋଡ଼ା ଇଟା ଭାଟି ରୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରୁଛି କିଏ ……?

ରାଜସ୍ୱ ବିଭାଗ ଓ ପୋଲିସ ନାଁ ରେ ହେଉଛି ଆଦାୟ……!

ବ୍ରହ୍ମପୁର : ଆସିକା ଅଞ୍ଚଳରେ ବେଆଇନ ଭାବେ ମାଳ ମାଳ ଇଟାଭାଟି ଥିଲେ ମଧ୍ୟ ପ୍ରଶାସନ ଧୃତରାଷ୍ଟ୍ର ସାଜିଛି।ପରିବେଶ ପ୍ରଦୂଷଣ କାରୀ ପୋଡା ଭାଟି ଇଟାକୁ ନାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ ଜିଟି) ବେଆଇନ ଘୋଷଣା କରି ରୋକ୍ ଲଗାଇବା ପାଇଁ ପ୍ରଶାସନକୁ କଡା ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ ଆସିକା ଅଞ୍ଚଳର ଲଛନପଲ୍ଲୀ, ଆଲିପୁର, ବାବନପୁର, କେ.ନୂଆଗାଁ,ବରଗାଁ ସମେତ ବିଭିନ୍ନ ଗ୍ରାମରେ ମାଳମାଳ ଇଟାଭାଟି ବେଆଇନ ଭାବେ ଚାଲିଛି।ଅଳ୍ପ କୋଇଲା ଏବଂ ତସୁ ପକାଇ ମାଟି ଇଟାକୁ ତିଆରି କରାଯାଉଛି। ଯାହାଦ୍ବାରା ପରିବେଶ ସୁରକ୍ଷା ଆଇନ ଓ ବାୟୁ ପ୍ରଦୂଷଣ ନିବାରଣ ଆଇନକୁ ଖୋଲାଖୋଲି ଭାବେ ଉଲଘଂନ କରାଯାଉଛି। ବେଆଇନ ଭାବେ ମାଳମାଳ ଇଟାଭାଟି ଚାଲିଛି । ବେଆଇନ ଇଟାଭାଟି ଗୁଡିକରେ ପ୍ରଶାସନ ଚଢାଉ କରିବା ପରିବର୍ତ୍ତେ କର୍ମଚାରୀ ମାନେ ହାତ ଗୁଞ୍ଜାନେଇ ସେମାନଙ୍କୁ ପ୍ରୋତ୍ସାହନ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।ଅଭିଯୋଗ ହେଲେ କେବଳ ଲୋକ ଦେଖାଣିଆ ଜରିମାନା ଆଦାୟ କରି ପଲାଝାଡି ଦେଉଛି ପ୍ରଶାସନ।ଏହା ଦ୍ବାରା ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଛି।ଇଟାଭାଟିରୁ ବାହାରୁଥିବା ଦୂଷିତ ଧୂଆଁ ଯୋଗୁଁ ପ୍ରଦୂଷଣ ହେବା ଫଳରେ ଆଖପାଖ ଅଞ୍ଚଳରେ ବାସ କରୁଥିବା ଲୋକମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପୋଡ଼ା ଇଟା ଭାଟି ପାଇଁ ନିକଟରେ ଥିବା ଜଙ୍ଗଲରୁ ଅବାଧ ରେ ରାତ୍ର ସମୟରେ କାଠ ଆଣି ଉକ୍ତ ଭାଟିରେ ଜାଲଣି ଭାବେ ବ୍ୟବହାର କରାଯାଉଛି। ଅଧିକାଂଶ ଇଟା ଭାଟିରେ ଶିଶୁ ଶ୍ରମିକ ମାନଙ୍କୁ ଟାଣ ଖରାରେ ନିୟୋଜିତ କରାଯାଉଛି। ରାଜସ୍ବ ବିଭାଗ ପକ୍ଷରୁ ରାଜସ୍ବ ନିରୀକ୍ଷକ ମାନଙ୍କୁ ଇଟା ଭାଟିକୁ ତଦାରଖ କରିବାକୁ ଧର୍ମକୁ ଆଖି ଠାର ଭଳି ପଠାଯାଉଛି। ଗତ ବିଜେଡ଼ି ସରକାର ସମୟରେ ବେଆଇନ ପୋଡ଼ା ଇଟା ଭାଟିକୁ ଅଗ୍ନିଶମ ବିଭାଗକୁ ରାଜସ୍ୱ ବିଭାଗ ନେଇ କଞ୍ଚା ଇଟା ଗୁଡ଼ିକ ଉପରେ ପାଣି ଢାଳି ନଷ୍ଟ କରୁଥିବାର ନଜିର ରହିଛି। ଆସିକା ଅଞ୍ଚଳରେ ତହସିଲ କାର୍ଯ୍ୟାଳୟ ନାମକୁ ମାତ୍ର ରହିଥିବା ନେଇ ସାଧରଣ ରେ ଚର୍ଚ୍ଚା ହେଉଛି। ଆସିକା ଅଞ୍ଚଳ ରେ ଚୋରା ବାଲି ଚାଲାଣ ଓ ବେଆଇନ ପୋଡ଼ା ଇଟା ଭାଟିକୁ ସମ୍ପୂର୍ଣ୍ଣ ପ୍ରଶାସନ ପକ୍ଷରୁ ଛୁଟ ମିଳିଥିବା ଆଲୋଚନା ହେଲାଣି।ଉଚ୍ଚ କର୍ତ୍ତୃପକ୍ଷ ଏଥିପତି ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜନମତ ପ୍ରକାଶ ପାଉଛି।

nis-ad
Leave A Reply

Your email address will not be published.