ତେନ୍ତୁଳିଖୁଣ୍ଟିରୁ କଳାହାଣ୍ଡି ଯୋଡୁଥିବା ରାସ୍ତାରେ ଡୁଲୁଘାଟି ଠାରେ ଅଟୋ ଦୁର୍ଘଟଣା, ୧୦ ଆହତ

add-all

ତେନ୍ତୁଳିଖୁଣ୍ଟି,୨୦/୨ ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ପଂଚାୟତ ସୀମାନ୍ତ ଡୁଲୁଘାଟି ରାସ୍ତାରେ ଆଜି ମାଧ୍ୟାହ୍ନ ରେ ଅଟୋ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି ! ଏଥିରେ ୧୦ ଜଣ ଆହତ ହୋଇଛନ୍ତି ! ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଛି ! ତେବେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର ଏସକେ ମହମ୍ମଦ ହୁସେନ ସୂଚନା ଦେଇଛନ୍ତି !

ମିଳିଥିବା ସୂଚନା ଅନୁଯାୟୀ ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ା ବାଇ ପଂଚାୟତ ଅନ୍ତର୍ଗତ ବିଜରାଗୁଡା ଗ୍ରାମର ୧୦ ଜଣ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଏକ ଅଟୋ ଯୋଗେ ଡୁଲୁଘାଟି ରାସ୍ତା ଦେଇ କଳାହାଣ୍ଡି ଜିଲ୍ଲା ଅଭିମୁଖେ ଯାତ୍ରା କରୁଥିଲେ ! ତେବେ ଆଜି ମାଧ୍ୟାହ୍ନ ରେ ଡୁଲୁଘାଟି ନିକଟରେ ଅଟୋ ଟି ଭାରସାମ୍ୟ ହରେଇ ଓଲଟି ପଡିଥିଲା ! ଏଥିରେ ସମସ୍ତ ଯାତ୍ରୀ ଆହତ ହୋଇଥିଲେ ! ଏହାପରେ ଏକ ଆମ୍ବୁଲାନ୍ସ ଯୋଗେ ସମସ୍ତ ଯାତ୍ରୀ ଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ରେ ଆଣି ଭର୍ତି କରାଯାଇଥିଲା ! ୯ ଜଣ ଯାତ୍ରୀ ସାମାନ୍ୟ ଖଣ୍ଡିଆ ଖାବରା ହୋଇଥିବା ବେଳେ ରତନ ମାଝିଙ୍କ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି ! ଡୁଲୁଘାଟି ରାସ୍ତା ହେବାପରେ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ଯୋଗାଯୋଗ ସୁଗମ ହୋଇପାରିଛି ! ତେବେ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବା ଯୋଗୁଁ ଏହି ରାସ୍ତାକୁ ବିପଦଜନକ ଜୋନ ରାସ୍ତା ବୋଲି ଲୋକେ କହିବା ସହ ଧନ ଜୀବନ ସୁରକ୍ଷିତ କରିବା ନିମନ୍ତେ ସୁଗମ ଯାତାୟତ ପାଇଁ ବିକଳ୍ପ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କଲେ ଭଲ ହୁଅନ୍ତା ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି!

ad-week
Leave A Reply

Your email address will not be published.