ସାଂସଦଙ୍କ ଅଭିଯୋଗ ଶୁଣାଣୀ

add-all

ଉମରକୋଟ /ବେହେଡ଼ା :- (୨୦/୦୨/୨୦୨୫) ନବରଙ୍ଗପୁର ଜ଼ିଲ୍ଲା ର ବେହେଡ଼ା ଅନ୍ତର୍ଗତ ନୂଆଗୁଡା ଠାରେ ନବରଙ୍ଗପୁର ସାଂସଦ ଶ୍ରୀ ଯୁକ୍ତ ବଳଭଦ୍ର ମାଝୀ ଆଜି ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ କରିଥିଲେ। ଏହି ସଭାରେ ସ୍ଥାନୀୟ ଅଂଚଳର ସୁବିଧା ଅସୁବିଧା ପାଇଁ ଲୋକ ମାନେ ଲିଖିତ ଅଭିଯୋଗ କରିଥିଲେ। ସାଂସଦ ଶ୍ରୀ ମାଝୀ ତୁରନ୍ତ ସମସ୍ୟା ର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ।
ସାଂସଦ ଉମରକୋଟ ଫେରିବା ବାଟରେ ମାଁ ତାରିଣୀ ମନ୍ଦିର ପରିଚାଳନା କମିଟି ତରଫରୁ ଭବ୍ୟସ୍ୱାଗତ କରାଯାଇ ମାଁ ଙ୍କ ଦର୍ଶନ ନିମନ୍ତେ ପାଛୋଟି ନିଆଯାଇଥିଲା। ମନ୍ଦିର ର ବିଭିନ୍ନ ସମସ୍ୟା ବିଷୟରେ ଶ୍ରୀ ମାଝୀ ଙ୍କୁ ଅବଗତ କରାଯାଇଥିଲା। ମାଁ ତାରିଣୀ ମନ୍ଦିରର କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା, ଚଇତି ପର୍ବ ପାଇଁ ଅବଗତ କରାଗଲା।ଏଥିରେ ସାଂସଦ ମଧ୍ୟ୍ୟ କାର୍ଯ୍ୟ କରିବାକୁ ଦୃଢ଼ ପ୍ରତିଶୃତି ଦେଇଛନ୍ତି। ସଭାପତି ଡମ୍ବରୁ ଭତ୍ରା, ସମ୍ପାଦକ ସଜିତ କୁମାର ପଟ୍ଟନାୟକ, ନିରୋଦ ନାୟକ, ଲକ୍ଷ୍ମୀ ପାଢ଼ୀ,ଗୌରାଙ୍ଗ ବିଷୋୟୀ, ମୁନା ପାଣିଗ୍ରାହୀ, ସୁଦାମ ମିଶ୍ର, ଅଜୟ ପରିଡ଼ା ସମେତ କମିଟି ର ଅନ୍ୟାନ୍ୟ ସଦସ୍ୟ ଗଣ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.