ୟୁନୁସଙ୍କୁ ହଟାଇବ ବାଂଲାଦେଶର ସେନା ?

add-all

ଢାକା : ବାଂଲାଦେଶରେ ପୁଣି ଥରେ କ୍ଷମତା ପରିବର୍ତ୍ତନ ହେବାର ଆଶଙ୍କା ରହିଛି କି ? ସେନାମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ ନିଜ ବୟାନ ମାଧ୍ୟମରେ ଏପରି କିଛି ସଂକେତ ଦେଇଛନ୍ତି । ସେ କହିଛନ୍ତି ଯେ ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱ ପ୍ରତି ସମ୍ଭାବ୍ୟ ବିପଦ ମୁଁ ଦେଖିପାରୁଛି। ମୋର ଅନ୍ୟ କୌଣସି ଆକାଂକ୍ଷା ନାହିଁ, କିନ୍ତୁ ମୁଁ ଦେଶକୁ ସୁରକ୍ଷିତ ହାତରେ ଦେଖିବାକୁ ଚାହୁଁଛି।
ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, ‘ମୁଁ ଗତ ୭-୮ ମାସ ମଧ୍ୟରେ ବହୁତ କିଛି ସହିଛି। ମୁଁ ତୁମମାନଙ୍କୁ ଆଗୁଆ ଚେତାବନୀ ଦେଉଛି, ଯାହାଫଳରେ ତୁମେ ଆସନ୍ତାକାଲି ଯେପରି କହିପାରିବନାହିଁ ଯେ ମୁଁ ତୁମକୁ ଜଣାଇନଥିଲି ।“
ବିଶେଷଜ୍ଞମାନଙ୍କ ମତରେ ବାଂଲାଦେଶ ସେନାମୁଖ୍ୟଙ୍କ ବୟାନରୁ ଏହି ଦେଶର ପରିସ୍ଥିତି ଦିନକୁ ଦିନ ଖରାପ ହେଉଥିବାର ସଂକେତ ମିଳୁଛି । ସେ ଦେଶରେ ଗୃହଯୁଦ୍ଧ ଆଶଙ୍କା କରୁଛନ୍ତି । ବାଂଲାଦେଶକୁ ବାହ୍ୟ ଶକ୍ତିମାନେ ପରିଚାଳିତ କରୁଥିବା ସେ ଆଶଙ୍କା କରିଛନ୍ତି । ଯଥାଶୀଘ୍ର ନିର୍ବାଚନ ଉପରେ ସେ ଗୁରୁତ୍ବଆରୋପ କରିଛନ୍ତି, ଏପରି ନହେଲେ ସାମରିକ ଶାସନର ବିକଳ୍ପ କଥା ସେ ଇଙ୍ଗିତ କରୁଛନ୍ତି ।
ଗତ ଅଗଷ୍ଟମାସରେ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ଏହାପରେ ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଶେଖ୍ ହସିନାଙ୍କ ଭାରତ ଗସ୍ତ ପରେ ମହମ୍ମଦ ୟୁନୁସ୍ ବାଂଲାଦେଶରେ କ୍ଷମତାକୁ ଆସିଥିଲେ। ବର୍ତ୍ତମାନ ସେ ବାଂଲାଦେଶ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଅଛନ୍ତି।

ad-week
Leave A Reply

Your email address will not be published.