ଚାଉଳ ବସ୍ତା ଓଜନ ରେ ଠକେଇ କରିବା ସହ ଚଢ଼ା ଦରରେ ବିକ୍ରି ଅଭିଯୋଗ …..!

add-all

ପ୍ରଶାସନ ମାଲ ଖାଇ ଚୁପ…!!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ଧାନ ମିଲ ମାଳ ମାଳ ହୋଇ ଖୋଲା ଯାଇଛି। ଉପରେ ଚକାଚକ ଜରିରେ ବିଭିନ୍ନ ନାଁ ରେ ବଜାର ରେ ଚାଉଳ ବିକ୍ରି ହେଉଛି। ସରକାରଙ୍କୁ ଟ୍ୟାକ୍ସ ଠକିବା ପାଇଁ ବିଭିନ୍ନ ଚାଉଳ ବସ୍ତା ଉପରେ ୨୬ କିଗ୍ରା ଓଜନ ଥିବା ଦର୍ଶା ଯାଉଛି। ଗ୍ରାହକଙ୍କୁ ଚାଉଳ ବିକ୍ରି ବେଳେ ଦୋକାନୀ ଉକ୍ତ ଚାଉଳ ବସ୍ତା ର ଓଜନ କରେ ନାହିଁ କି ଗ୍ରାହକ ବିଶ୍ୱାସ ରେ ଓଜନ କରିବାକୁ କୁହେ ନାହିଁ। ଅଧିକାଂଶ ଚାଉଳ ବସ୍ତାରେ ୨୬ କିଗ୍ରା ଲେଖା ଯାଉଛି। ବାସ୍ତବ ରେ କିଛି ଚକାଚକ ଚାଉଳ ବସ୍ତାରେ ୨୬ଭି କିଗ୍ରା ବଦଳରେ ୨୪/୨୫ କିଗ୍ରା ଚାଉଳ ଥିବାର ଅଭିଯୋଗ ହେଉଛି। କିଛି ଚାଉଳ ବ୍ୟବସାୟୀ ଗ୍ରାହକ ଙ୍କୁ ଏପଟେ ଓଜନ ରେ ଠକେଇ ସେପଟେ ବଜାର ଦର ଠାରୁ ଅଧିକ ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଚାଉଳ ଦର ତାଲିକା କୌଣସି ଦୋକାନୀ ଟଙ୍ଗାନ୍ତି ନାହିଁ। ସେମାନଙ୍କ ପାଟିରେ ଯାହା ଆସିଲା ସେ ଦର କୁହନ୍ତି। ଆମର ଭଲ ଚାଉଳ ଖଣି ପକା ଚାଉଳ ବୋଲି ଭୁତାନ୍ତି। ଗ୍ରାମାଞ୍ଚଳ ରେ ଖଣି ପଡ଼ିବା ଦୀର୍ଘ ବର୍ଷ ହେଲା ପ୍ରାୟ ବନ୍ଦ ହୋଇଯାଇଛି। ବିଭିନ୍ନ କିସମର ଚାଉଳ କୁ ପାଲିସ କରି ଚକାଚକ ଜରିରେ ପ୍ୟାକ କରି ଚଢ଼ା ଦର ସାଙ୍ଗକୁ ଓଜନ ରେ ଠକେଇ କରାଯାଉଛି। ଯୋଗାଣ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୌଣସି ଚାଉଳ ବିକ୍ରି କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ ହେବାର ନଜିର ନାହିଁ। ଉପରେ ଚକାଚକ ଭିତର ଫମ୍ପା ଚାଉଳ ବିକ୍ରି ବଟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ରାସାୟନିକ ପଦାର୍ଥ ମଧ୍ୟ ଚାଉଳ ବସ୍ତାରେ ମିଶ୍ରଣ କରାଯାଉଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଯୋଗାଣ ବିଭାଗ ଚେଇଁ ଶୋଇଛି।

ad-week
Leave A Reply

Your email address will not be published.