ଟାଙ୍ଗଣା ପଲ୍ଲୀ ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ…

add-all

ଛତ୍ରପୁର,:ଜାତୀୟ ବିଜ୍ଞାନ ଦିବସ ଅବସରରେ ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ନୋଡାଲ ବିଦ୍ଯାପୀଠରେ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।ନୋବେଲ ପୁରସ୍କାର ବିଜେତା ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କ କୃତି ଦିବସକୁ ଜାତୀୟ ସ୍ତରରେ 1987 ଫେବୃଆରୀ 28 ତାରିଖ ଠାରୁ ‘ଜାତୀୟ ବିଜ୍ଞାନ ଦିବସ ‘ ରୂପେ ପାଳନ କରାଯାଇ ଆସୁଛି।ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଡୁରା ରାମନାରାୟଣ ଡିଗ୍ରୀ ମହା ବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗର ଅଧ୍ୟାପିକା ଡକ୍ଟର ଉଷା ରାଣୀ ବ୍ରହ୍ମା ମୁଖ୍ଯ ଅତିଥି ରୂପେ ଯୋଗଦେଇ ବ୍ରହ୍ମପୁର ଟସର ଓ ଟସର କୀଟ ଉପରେ ନିଜର ଗବେଷଣାତ୍ମକ ତଥ୍ଯ ଉପସ୍ଥାପନ କରି ବ୍ରହ୍ମପୁର ପାଟର ସୁଦୂର ପ୍ରସାରୀ ବ୍ଯବହାର ଉପର ଗୁରୁତ୍ବ ଆରୋପ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନେ ବିଜ୍ଞାନ ବିଷୟରେ ଅଧିକ ଜ୍ଞାନ ଆହରଣ କରି ଭବିଷ୍ୟତରେ ସମାଜରେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ଆହ୍ବାନ ଦେଇଥିଲେ।
ମୁଖ୍ଯ ବକ୍ତା ରୂପେ ବିଦ୍ୟାଳୟର ପ୍ରାକ୍ତନ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ସେବାନିବୃତ୍ତ ତ୍ପ୍ରଧାନଶିକ୍ଷକ କାମରାଜୁ ମହାରଣା ଯୋଗଦେଇ ବିଜ୍ଞାନର କ୍ରମୋନ୍ନତି ଏବଂ ସମାଜ ଉପରେ ତାର ପ୍ରଭାବ ଉପରେ ଆଲୋକପାତ କରି ଛାତ୍ର ଛାତ୍ରୀଙ୍କ ମଧ୍ଯରେ ବିଜ୍ଞାନ ସମ୍ବନ୍ଧୀୟ କୁଇଜ୍ ପ୍ରଶ୍ନ ପଚାରି ପୁରସ୍କୃତ କରିଥିଲେ।ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଢୀ,ସ୍ନେହାଶୀଷ ମହାନ୍ତି ଓ ଉଷାରାଣୀ ମିଶ୍ରଙ୍କ ଉଦ୍ୟମରେ ଆୟୋଜିତ ଏହି ଆଲୋଚନାଚକ୍ରକୁ ଶିକ୍ଷକ ଏନ.ସି.ସି.ର ଫାଷ୍ଟ ଅଫିସର ସୁଧାକର ବଳୀ,ଯୁଧିଷ୍ଠିର ବେହେରା,ଜୟଶ୍ରୀ ଦୋରା,ଯମୁନା ରେଡି,ଭାଗିରଥି ମିଶ୍ର, ନନ୍ଦିନୀ ସେଠୀ,ପର୍ଶୁରାମ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବରିଷ୍ଠ ଶିକ୍ଷକ ଅଭିରାମ ସାହୁ ମଞ୍ଚ ସଂଚାଳନ କରିଥିଲେ।ବିଜ୍ଞାନ ଦିବସ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଶିକ୍ଷାର୍ଥୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥି

ad-week
Leave A Reply

Your email address will not be published.