ବିଏସପିର ସବୁ ପଦବୀରୁ ପୁତୁରା ଆକାଶ ଆନନ୍ଦଙ୍କୁ ହଟାଇଲେ ମାୟାବତୀ

youtube

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି(ବିଏସପି) ଅଧ୍ୟକ୍ଷ ମାୟାବତୀ ଦଳରେ ବଡ଼ ପରିବର୍ତ୍ତନ କରିଛନ୍ତି। ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ସେ ସମସ୍ତ ପଦବୀରୁ ହଟାଇଛନ୍ତି। ଏହା ସହିତ ଆକାଶଙ୍କ ସ୍ଥାନରେ ତାଙ୍କ ବାପା ତଥା ଦଳର ସମ୍ପାଦକ ଆନନ୍ଦ କୁମାର ଏବଂ ରାଜ୍ୟସଭା ସଦସ୍ୟ ରାମଜୀ ଗୌତମଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କରିଛନ୍ତି। ରବିବାର ମାୟାବତୀ ଲକ୍ଷ୍ନୌରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଡକାଇବା ସହିତ ଏହି ନିଷ୍ପତ୍ତି ନେଇଛନ୍ତି। ଏଥିରେ ବିଭିନ୍ନ ରାଜ୍ୟର ଦଳୀୟ ସଭାପତି ସାମିଲ ହୋଇଥିଲେ। କିନ୍ତୁ ଆକାଶ ଆନନ୍ଦ ବୈଠକରେ ଯୋଗଦେଇ ନ ଥିଲେ।

ଗତବର୍ଷ ମେ ମାସରେ ମାୟାବତୀ ଆକାଶଙ୍କୁ ଦଳର ଜାତୀୟ ସଂଯୋଜକ ଏବଂ ନିଜର ଉତ୍ତରାଧିକାରୀ ପଦବୀରୁ ହଟାଇଥିଲେ। ୨୦୨୩ ଡିସେମ୍ବରରେ ସେ ଆକାଶଙ୍କୁ ଏହି ପଦବୀରେ ନିଯୁକ୍ତ କରାଇଥିଲେ। କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମରେ ଆକାଶ ଦାୟିତ୍ଵହୀନ ମନ୍ତବ୍ୟ ଦେବାରୁ ଏହା ଦଳ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥିଲା। ଯାହାଫଳରେ ମାୟାବତୀ ତାଙ୍କୁ ସମସ୍ତ ପଦବୀରୁ ହଟାଇଛନ୍ତି।

Leave A Reply

Your email address will not be published.