ମାଲକାନଗିରି, ୨।୩ ମାଲକାନଗିରି ଜିଲ୍ଲାରେ ବଡ ଯାତ୍ରାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ ଜିଲ୍ଲାପାଳ ଦୁର୍ଯୋଧନ ଭୋଇ, ଇନ ଚାର୍ଜ ତହସିଲଦାର ନୀଳକଣ୍ଠ ବେହେରା, ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବଡ ଯାତ୍ରା ପାଇଁ ନିଯାଇଥିବା ପଦକ୍ଷେପ ବିଷୟରେ ଉପ ଜିଲ୍ଲାପାଳ ଶ୍ରୀ ଭୋଇ ସୂଚନା ଦେଇ ପ୍ରକାଶ କରିଥିଲେ ଯେ, ଆସନ୍ତା କାଲି ପୋଲୁର ଠାରେ ଥିବା ତାଡକା ରେଉ କୁଣ୍ଡରେ ବଡ ଠାକୁରଙ୍କ ସ୍ନାନ ପାଇଁ ଓଡ୍ରାଫ, ପୋଲିସ, ଦମକଳ ବାହିନୀର ଟିମ କୁ ମୁତୟନ କରାଯାଇଛି। ଏହା ସହ ମୋଟ ୮ ଗୋଟି ବୋଟ ମଧ୍ୟ ନିୟୋଜିତ ହୋଇଛି। ଲୋକଙ୍କ ଯାତାୟତ ପାଇଁ ପୋଲୁର ନଦୀ ଉପରେ ଭାସମାନ ପୋଲ ନିର୍ମାଣ କରାଯାଇଛି। ସେହିପରି ଆସନ୍ତା କାଲି ପ୍ରାୟ ୫୦ ହଜାର ଭକ୍ତଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ସେହିପରି ବଡ ଥକର ମାନେ ମାଲକାନଗିରି ଜିଲ୍ଲାରେ ପହଞ୍ଚିବା ପରେ ଯାତ୍ରା ପାଇଁ ସମସ୍ତ ବ୍ୟବସ୍ତା କରାଯାଇଥିବା ବେଳେ ବୟସ୍କ ଲୋକେ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ତା କରାଯାଇଛି ବୋଲି ଶ୍ରୀ ଭୋଇ ପ୍ରକାଶ କରିଛନ୍ତି।
