ଅଡୁଆରେ ପୂର୍ବ ସେବି ମୁଖ୍ୟ ମାଧବୀ ପୁରି ବୁଚ୍ : ମାମଲା ରୁଜ୍ଜୁ ପାଇଁ ନିର୍ଦ୍ଦେଶ

add-all

ମୁମ୍ବାଇ: ମୁମ୍ବାଇର ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଅଦାଲତ ସେବିର ପୂର୍ବତନ ଅଧ୍ୟକ୍ଷ ମାଧବୀ ପୁରୀ ବୁଚ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଜାଲିଆତି କରି ଏକ କମ୍ପାନିର ଲିଷ୍ଟିଂ ସହ ସଂପର୍କିତ । ଆଇପିସି, ଦୁର୍ନୀତି ନିବାରଣ ଆଇନ, ସେବି ଆଇନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ କୋର୍ଟ ଓର୍ଲିସ୍ଥିତ ଏସିବି ୟୁନିଟ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ୩୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ଏସିବିକୁ ନିର୍ଦ୍ଦେଶ ଦେଇଛନ୍ତି।

ସେବି ଅଧିକାରୀମାନେ ସେମାନଙ୍କର ନିୟମିତ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି। ଏହା ଫଳରେ ବଜାରରେ ହେରଫେର ଓ କର୍ପୋରେଟ୍ ଠକେଇ ହୋଇଥିଲା। ଷ୍ଟକ ଏକ୍ସଚେଞ୍ଜରେ ଏକ ଅଯୋଗ୍ୟ କମ୍ପାନୀ ତାଲିକାଭୁକ୍ତ ହୋଇଥିଲା, ଯାହା ଫଳରେ ନିବେଶକମାନେ କ୍ଷତି ସହିଥିଲେ ।

ad-week
Leave A Reply

Your email address will not be published.