
ମାଲକାନଗିରି ତା ୩/୦୩/୨୫ ସ୍ଥାନୀୟ ଚିତ୍ରକୋଣ୍ଡା ଠାରେ ଓଡିଶା ଜୀବିକା ମିଶନ ଓ ଷ୍ଟେଟ ବ୍ୟାଙ୍କ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ମାଲକାନଗିରି ମିଳିତ ଅନୁକୁଲ୍ୟ ରେ ଏକ ଦଶ ଦିନିଆ ଧୂପ କାଠି ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତା.୨୮.୨.୨୫ ରୁ ୯.୩.୨୫ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ରେ ଲାମ୍ବାସିଂ ଅଞ୍ଚଳ ର ୩୨ ଜଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନେ ଦଶ ଦିନିଆ ତାଲିମ ନେଉଛନ୍ତି ।ଏହି କାର୍ଯ୍ୟକ୍ରମ ଟି କୁ ଶ୍ରୀ ଜ୍ୟୋତି ରଞ୍ଜନ ବେହେରା ନିର୍ଦ୍ଦେଶକ ଷ୍ଟେଟ ବ୍ୟାଙ୍କ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ମାଲକାନଗିରି ଉଦ୍ଘାଟନ କରିଥିଲେ । ସେ ଆଞ୍ଚଳିକ ବଜାର ଚାହିଦା ଖାଉଟି ଆବଶ୍ୟକତା ବ୍ୟବସାୟିକ ସ୍ଥିତି ଅନୁଧ୍ୟାନ କରି ଉଚିତ୍ ବାଜାରିକରଣ କରାଗଲେ ଭଲ ଲାଭ ମିଳିବ ବୋଲି ମହିଳା ମାନଙ୍କୁ ବୁଝାଇ ଥିଲେ । ଓ ଏଲ ଏମ୍ ର କର୍ମକର୍ତ୍ତା ଶ୍ରୀ ସୋମନାଥ ବାବୁ ଏହି ତାଲିମ କୁ ପରିଚାଳନା କରୁଛନ୍ତି । ଏହି ତାଲିମ ଶ୍ରୀ ବିପିନ ବିହାରୀ ଶତପଥୀ ,ଶ୍ରୀ ରାଜ ଶେଖର ପଟ୍ଟନାୟକ ପ୍ରଶିକ୍ଷକ ଙ୍କ ତତ୍ତ୍ଵାବଧାନରେ କରାଯାଉଅଛି ।ଏହି କାର୍ଯ୍ୟକ୍ରମ ରେ ଶ୍ରୀ ପ୍ରମୋଦ କୁମାର ସାହୁ ଓ ସଞ୍ଜୟ ନାୟକ ସହଯୋଗ କରୁଛନ୍ତି ।ଆଗାମୀ ଦିନରେ ବ୍ୟାଙ୍କ୍ ଠାରୁ ଋଣ ନେଇ କିମ୍ବା ସରକାରୀ ସହାୟତା ଦ୍ଵାରା ଏକ ଧୂପକାଠୀ ଉତ୍ପାଦନ ଉଦ୍ୟୋଗ କରିବୁ ବୋଲି ଏସ ଏଚ ଜି ମହିଳା ମାନେ ମତ ପୋଷଣ କରିଛନ୍ତି ।