ଅର୍ଥନୈତିକ ଅଭିବୃଦ୍ଧିରେ ଏମଏସଏମଇ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ – ମୋଦୀ

add-all

ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଏମଏସଏମଇ ଏକ ପରିବର୍ତନକାରୀ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଭାରତର ଉତ୍ପାଦନ ଏବଂ ଶିଳ୍ପ ଅଭିବୃଦ୍ଧିର ମେରୁଦଣ୍ଡ ହେଉଛି ଆମର ଏମଏସଏମଇ କ୍ଷେତ୍ର।ମଙ୍ଗଳବାର ବଜେଟ ପରବର୍ତ୍ତୀ ୱେବିନାରରେ ଯୋଗ ଦେଇ ଶ୍ରୀ ମୋଦୀ କହିଛନ୍ତି, ସରକାର ଏମଏସଏମଇ କ୍ଷେତ୍ରର ବିକାଶ ଏବଂ ସୁଦୃଢ଼ୀକରଣ ପାଇଁ ପ୍ରତିଶ୍ରୁତିବଦ୍ଧ। ବିଗତ ୧୦ ବର୍ଷ ମଧ୍ୟରେ ଭାରତ ସଂସ୍କାର, ଆର୍ଥିକ ଶୃଙ୍ଖଳା, ସ୍ୱଚ୍ଛତା ଏବଂ ସମାଵେଶୀ ଅଭିବୃଦ୍ଧି ପାଇଁ ନିଜର ପ୍ରତିବଦ୍ଧତାକୁ କ୍ରମାଗତ ଭାବରେ ପ୍ରଦର୍ଶନ କରିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ନିରନ୍ତରତା ଏବଂ ସଂସ୍କାରର ନିଶ୍ଚିତତା ହେଉଛି ଏକ ପରିବର୍ତ୍ତନ ଯାହା ଆମ ଶିଳ୍ପ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ଆଣିଛି। ଆଜି ବିଶ୍ୱର ପ୍ରତ୍ୟେକ ଦେଶ ଭାରତ ସହ ନିଜର ଅର୍ଥନୈତିକ ଭାଗିଦାରୀକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି। ଆମର ଉତ୍ପାଦନ କ୍ଷେତ୍ର ଏହି ଭାଗିଦାରୀର ସର୍ବାଧିକ ଫାଇଦା ଉଠାଇବା ପାଇଁ ଆଗେଇ ଆସିବା ଉଚିତ୍। ଆମେ ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ଆଗେଇ ନେଇଛୁ ଏବଂ ସଂସ୍କାରର ଗତିକୁ ତ୍ୱରାନ୍ୱିତ କରିଛୁ। ଶ୍ରୀ ମୋଦୀ କହିଛନ୍ତି, ଆମର ପ୍ରୟାସ ଯୋଗୁ ଅର୍ଥନୀତି ଉପରେ କୋଭିଡର ପ୍ରଭାବକୁ ହ୍ରାସ କରିଥିଲା ଫଳରେ ଭାରତକୁ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିବାରେ ସାହାଯ୍ୟ କରିଥିଲା। ଭାରତର ଉତ୍ପାଦନ ଯାତ୍ରାରେ ଗବେଷଣା ଓ ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଏହାକୁ ଆହୁରି ଉନ୍ନତ ଏବଂ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗବେଷଣା ଏବଂ ବିକାଶ ମାଧ୍ୟମରେ, ଆମେ ଅଭିନବ ଉତ୍ପାଦ ଉପରେ ଧ୍ୟାନ ଦେଇପାରିବା ଏବଂ ଉତ୍ପାଦଗୁଡିକରେ ମୂଲ୍ୟ ମଧ୍ୟ ଯୋଡିପାରିବା।

ad-week
Leave A Reply

Your email address will not be published.