ଯୁବ ଛାତ୍ରମାନେ ଅଧିକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ – ରାଷ୍ଟ୍ରପତି

add-all

ଭାରତର ଉଚ୍ଚଶିକ୍ଷାନୁଷ୍ଠାନ ପ୍ରତି ଅନ୍ୟ ଦେଶମାନଙ୍କୁ ଆକୃଷ୍ଟ କରିବା ଏବଂ ଆମ ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥାର ଅନ୍ୟ ଦେଶର ଶିକ୍ଷାନୁଷ୍ଠାନ ସହ ସମ୍ପର୍କ ବୃଦ୍ଧି କରିବା ପାଇଁ ଏହି ପ୍ରୟାସ ହେବା ଉଚିତ୍ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ନୂଆଦିଲ୍ଲୀରେ ୨୦୨୪-୨୫ ପରିଦର୍ଶକ ସମ୍ମିଳନୀର ସମାପନୀ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହା କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ଅନ୍ତର୍ଜାତୀୟକରଣ ପ୍ରୟାସ ଏବଂ ସହଯୋଗକୁ ସୁଦୃଢ଼ କରିବା ଦ୍ୱାରା ଆମର ଯୁବ ଛାତ୍ରମାନେ ଏକବିଂଶ ଶତାବ୍ଦୀର ବିଶ୍ୱରେ ଏକ ଅଧିକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ। ଆତ୍ମନିର୍ଭରଶୀଳ ହେବା ବାସ୍ତବରେ ଏକ ବିକଶିତ, ବୃହତ ଓ ସୁଦୃଢ଼ ଅର୍ଥନୀତିର ପରିଚୟ। ଗବେଷଣା ଓ ଉଦ୍ଭାବନ ଉପରେ ଆଧାରିତ ଆତ୍ମନିର୍ଭରଶୀଳତା ଆମ ଉଦ୍ୟୋଗ ଓ ଅର୍ଥନୀତିକୁ ସୁଦୃଢ଼ କରିବ। ଶିକ୍ଷା ବ୍ୟବସ୍ଥା ବ୍ୟବସ୍ଥା ଭିତ୍ତିକ ହେବା ସହ ଛାତ୍ରଛାତ୍ରୀଙ୍କ ବିଶେଷ ପ୍ରତିଭା ଓ ଆବଶ୍ୟକତା ଅନୁଯାୟୀ ନମନୀୟ ହେବା ଦରକାର ଏବଂ ଏହା ଉଭୟ ଏକ ଆବଶ୍ୟକତା ଓ ଆହ୍ୱାନ ବୋଲି ରାଷ୍ଟ୍ରପତି କହିଛନ୍ତି।

ad-week
Leave A Reply

Your email address will not be published.