ଗୃପ୍ ଟଙ୍କା ମାଗିବାକୁ କେନ୍ଦ୍ର କରି ମାଆ ଓ ଝିଅକୁ ଅସଦାଚରଣ ସହ ହତ୍ୟା ଧମକ ଅଭିଯୋଗ…

youtube


ହିଞ୍ଜିଳିକାଟୁ, ୫।୩(): ଗୃପ୍ ଟଙ୍କା ମାଗିବାକୁ କେନ୍ଦ୍ର କରି ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କ ଝିଅଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଓ ହତ୍ୟା ଧମକ ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳି ଥାନା ବାଦିଆମ୍ବଗାଁର ଜ୍ୟୋତ୍ସ୍ନା ଜେନା ମଙ୍ଗଳବାର ସନ୍ଧ୍ୟାରେ ଗୃପ୍ଋଣ ବାବଦକୁ ସେହି ଗ୍ରାମ ତଳସାହିର ଗୀତା ସାହୁଙ୍କ ଘରକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ସେହି ଗୃପର ଅନ୍ୟ ଜଣେ ମହିଳା ସଦସ୍ୟ ରାଜେଶ୍ବରୀ ଜେନା, ଜ୍ୟୋତ୍ସ୍ନାଙ୍କୁ କାହିଁକି ଟଙ୍କା ମାଗିବାକୁ ଆସିଥିଲ କହି ଗାଳିଗୁଲଜ କରିଥିଲେ। ପରେ ରାଜେଶ୍ବରୀଙ୍କ ସମେତ ତାଙ୍କ ସ୍ବାମୀ ଡାକ ଜେନା ଓ ପୁଅ ଭଗବାନ ଜେନା, ଜ୍ୟୋତ୍ସ୍ନାଙ୍କ ଘର ସମ୍ମୁଖରେ ପହଞ୍ଚି ତାଙ୍କୁ ଟଣାଓଟରା କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ମାଆଙ୍କ ପାଟିଶୁଣି ତାଙ୍କ ଝିଅ ଘର ବାରଣ୍ଡାକୁ ଆସିବାରୁ ୩ ଜଣ ମିଶି ଝିଅଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିଲେ। ପରେ ଭଗବାନ ଏକ ଧାରୁଆ ଛୁରୀ ଧରି ହତ୍ୟା ଧମକ ଦେବା ସହ ଝିଅ କଲେଜ ଯିବା ସମୟରେ ହତ୍ୟା କରିବାକୁ ଧମକ ଦେଇଥିଲେ ବୋଲି ଜ୍ୟୋତ୍ସ୍ନା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୭୫/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।‌ ଅନ୍ୟପକ୍ଷରେ ବୁଧବାର ସନ୍ଧ୍ୟାରେ ଜ୍ୟୋତ୍ସ୍ନା ଗୃପ ଋଣ ବାବଦକୁ ଟଙ୍କା ପରିଶୋଧ କରିନଥିଲେ। ପ୍ରତିଶୋଧ କରିବା ପାଇଁ ରାଜେଶ୍ବରୀ କହିବାରୁ ଜ୍ୟୋତ୍ସ୍ନା ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ରାଜେଶ୍ବରୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ତେବେ ଖବର ଲେଖା ହେବା ସୁଦ୍ଧା ରାଜେଶ୍ଵରୀ ଦେଇଥିବା ଅଭିଯୋଗର ମାମଲା ରୁଜୁ ହୋଇନଥିବା ଜଣାପଡିଛି।

Leave A Reply

Your email address will not be published.