ଆସିକା ଏସଡ଼ିପିଓଙ୍କ ନିର୍ଦ୍ଧେଶ ରେ ହୋଇଥିଲା ଚଢ଼ାଉ, ବାଲି ମାଫିଆ ଛାନିଆ…..
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବେଧଡ଼କ ଚୋରା ବାଲି ଚାଲାଣ ରୀତିମତ ହେଉଛି। ଗତ ଶନିବାର ଦିନ କୋଟି ନଡ଼ା ପୋଲିସ ହାବୁଡ଼ରେ ବେଆଇନ ବାଲି ନେଉଥିବ ଏକ ଟ୍ରାକ୍ଟର ଧରାପଡ଼ିଛି। ଜବତ ଟ୍ରାକ୍ଟର ର କୌଣସି କାଗଜ ପତ୍ର ନାହିଁ। ଉକ୍ତ ଗାଡ଼ିର ଡ୍ରାଇଭର ବରଗାଁ ର ଜୟ କୁମାର ଦାଶ ବୋଲି ଜଣାପଡିଛି। ଡ୍ରାଇଭର କୁ ଜେରା ବେଳେ ସେ କହିଛି, ମୋତେ ଭଗବାନ ସାହୁ ନିର୍ଦ୍ଧେଶ ଦେଇଥିଲେ ବୋଲି। ହେଲେ ନିର୍ଦ୍ଧେଶ ଦେବାର ବ୍ୟକ୍ତି ବିଶେଶଙ୍କ ନାଁ ପୋଲିସ ପ୍ରକାଶ କରିଥିଲେ ମଧ୍ୟ ଉକ୍ତ ଗାଡ଼ି କାହାର ତାହା ଜଣା ପଡ଼ିନାହିଁ। ଯାହାକୁ ନେଇ ପୋଲିସ ଯାଞ୍ଚ କରୁଛି l ଏଠାରେ ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ରେ ଅନେକ ମାଫିଆ ଏହିପରି ନମ୍ବର ବିହୀନ ଗାଡି ଖଣିଜ ପଦାର୍ଥ ଲୁଟ ରେ ବ୍ୟବହାର କରୁଥିବା ବି ନଜିର ରହିଛି l ଆସିକା ଅଞ୍ଚଳ ରେ ଚୋରା ବାଲି ଚାଲାଣ କାହା ନିର୍ଦ୍ଧେଶ ରେ ହେଉଛି ତାହାକୁ ନେଇ ବିରାଟ ପ୍ରଶ୍ନ ବାଚୀ । ସୂଚନା ଥାଉକି ଆସିକା ଏକ ସମ୍ବେଦନ ଶିଳ ନିର୍ବାଚନ ମଣ୍ଡଳୀ ଜିଲ୍ଲା ପ୍ରଶାସନ ସଜାଗ ନହେଲେ ପୁଣି କ୍ରାଇମ ସହର ହେବାକୁ ବହୁ ସମୟ ଲାଗିବ ନାହିଁ। ବାଲି ଓ ମଦ ପାଇଁ ଅନେକ ମୁଣ୍ଡ ବି ଗଡିଛି ଆଗକୁ ପଂଚାୟତ ନିର୍ବାଚନ ପୁଣି ମଦ ଓ ବାଲି ମାଫିଆ ମାନଙ୍କ ମଧ୍ୟ୍ୟରେ ଗେଂଗ ୱାର ତେଣୁ ମୁଣ୍ଡ ଗଡ଼ିବା ସମ୍ଭାବନା କୁ ଏଡେଇ ହେବନି l ପୋଲିସ ପାଇଁ ଆସିକା ନିର୍ବାଚନ ମଣ୍ଡଳୀ ଗୋଟେ ଚ୍ୟାଲେଞ୍ଜ ସଦୃଶ୍ୟ ପାଲଟିଛି। ମାଫିଆ ମାନଙ୍କ ହୁକୁମ ଓ ରାଜୁତି ପୁଣି ଆରମ୍ଭ ହୋଇଛି।ଆସିକା ଅଞ୍ଚଳ ରେ ଚୋରା ବାଲି ପଛରେ ଥିବା ଅଦୃଶ୍ୟ ଶକ୍ତି କୁ ଅଲବତ ଧରିବୁ ବୋଲି ନିସର୍ତ୍ତ କୁ ଆସିକା ଏସ.ଡ଼ି. ପି.ଓ ସନ୍ତୋଷ ଜେନା କହିଛନ୍ତିl। ଆସିକା ଅଞ୍ଚଳ ରେ ଦାଦାବଟି, ଟେଣ୍ଡର ଫିକ୍ସ ଓ ଚୋରା ମଦ କାରବାର ରେ ସମ୍ପୃକ୍ତି ଥିବା ମାଫିଆ ମାନଙ୍କୁ ଆସିକା ଥାନା ଅଧିକାରୀ ଥିବା ସମୟରେ ସନ୍ତୋଷ ଜେନା ସାବାଡ଼ କରିଥିବାର ମଧ୍ୟ ନଜିର ବି ରହିଛି। ଯାହାକୁ ନେଇ ମାଫିଆ ମାନଙ୍କ ମଧ୍ୟରେ କକୁଆ ଭୟ ଦେଖା ଯାଇଛି l
