୧୦ଦଫା ଦାବୀ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ରାଜ୍ୟ ଆଶାକର୍ମୀସଂଘ ଗଞ୍ଜାମ ଜିଲ୍ଲା କମିଟି ର ବିକ୍ଷୋଭ

add-all

ଛତ୍ରପୁର : ଭାରତୀୟ ମଜଦୂର ସଂଘ ର ଅନୁବନ୍ଧିତ ଓଡ଼ିଶାରାଜ୍ୟ ଆଶାକର୍ମୀସଂଘ ଗଞ୍ଜାମ ଜିଲା କମିଟି ପକ୍ଷରୁ୧୦ଦଫା ଦାବୀ ନେଇ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । କାର୍ଯ୍ୟ କରୁଥିବା ବେଳେ ଦୁର୍ଘଟଣାରେ ଆଶାକର୍ମୀଙ୍କ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା, ଆଶାକର୍ମୀଙ୍କୁ ୧୮ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରିବା , ଇଏସଆଇରେ ଅନ୍ତର୍ଭୁକ୍ତ ସହ ସାମାଜିକ ସୁରକ୍ଷା ବାବଦରେ ପେନସନ ପ୍ରଦାନ କରିବା, ଅଭିଜ୍ଞ ଆଶାକର୍ମୀଙ୍କୁ ଟୀକାକାରଣ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ରଖିବା । ସେହିପରି ଯୋଗ୍ୟତା ଅନୁସାରେ ଆଶାକର୍ମୀଙ୍କୁ ଏନଏଏମ ଭାବେ ନିଯୁକ୍ତି, ବର୍ଷକ ମଧ୍ୟରେ ଆଶାକର୍ମୀଙ୍କୁ ୨ ଥର ୟୁନିଫର୍ମ ପ୍ରଦାନ, ଚିକିତ୍ସାଳୟରେ ବସିବା ପାଇଁ କକ୍ଷ ବ୍ୟବସ୍ଥା, ଯାତ୍ରା ଭତ୍ତା ଆଦି ଦାବି ଗୁଡିକ ଉକ୍ତ ସ୍ମାରକ ପତ୍ର ରେ ଦର୍ଶାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଓଡ଼ିଶା ରାଜ୍ୟ ଆଶାକର୍ମୀସଂଘ ଗଞ୍ଜାମ ଜିଲା କମିଟି ର ସଭାନେତ୍ରୀ ରେଣୁବାଳା ସାହୁ, ସମ୍ପାଦିକା ବବିତା ପାତ୍ର, ରାଜ୍ୟ ବିଏମଏସ କାର୍ଯ୍ୟକାରୀ କମିଟି ସଭ୍ୟ ଲିଙ୍ଗରାଜ ସାହୁ ଙ୍କ ସମେତ ଶତାଧିକ ଆଶାକର୍ମୀ ମାନେ ସାମିଲ ଥିଲେ।ପ୍ରାରମ୍ଭ ରେ ଆଶାକର୍ମୀ ମାନେ ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ସମ୍ମୁଖରେ ପହଁଚି ଥିଲେ

ad-week
Leave A Reply

Your email address will not be published.