ଆଶା କର୍ମଚାରୀ ମହାସଂଘର ୧୦ ଦଫା ସମ୍ବଳିତ ଦାବିପତ୍ର

add-all

ବ୍ରହ୍ମପୁର : ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଅଖିଳ ଭାରତୀୟ ଆଶା କର୍ମଚାରୀ ମହାସଂଘ ଏବଂ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ନିଷ୍ପତ୍ତି କ୍ରମେ ସାରା ଦେଶର ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ୧୦ ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ , ମାନ୍ୟବର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ , ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଏବଂ ମାନ୍ୟବର ସ୍ଵାସ୍ଥ୍ୟ ମନ୍ତ୍ରୀ ଓଡ଼ିଶାଙ୍କୁ ପ୍ରଦାନ କରାଯିବା ଅବସରରେ ଆଜି ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ରାୟଗଡ଼ା ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳୀ ହୀଆଲ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ତମାଳ ସାହୁକାରଙ୍କ ନେତୃତ୍ବରେ ଗାନ୍ଧୀ ପାର୍କ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହରର ମୂଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ ଡେପୁଟି କଲେକ୍ଟର ନାରାୟଣ ମିଶ୍ରଙ୍କୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲ ମୋହନ ରାଉତ ରାୟଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୂର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ ଏବଂ ଆଶା କର୍ମୀ ସଂଘର ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ମମତା ବିଶ୍ବାଳ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପୁଷ୍ପାଞ୍ଜଳି ବେହୁରା , ଆନନ୍ଦ ରାଓଙ୍କ ସହ ସମସ୍ତ ବ୍ଳକର ନେତୃବୃନ୍ଦ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୧ ଟି ବ୍ଳକରୁ ୨ ହଜାର ଉର୍ଦ୍ଧ ଆଶା କର୍ମୀ ଯୋଗଦେଇଥିଲେ।
ଉକ୍ତ ଦାବି ମଧ୍ୟରେ

  1. ଆଶା କର୍ମଚାରୀ ମାନଙ୍କୁ ସର୍ବନିମ୍ନ 18,000/- ଆଶା ଆଶା ଫାସିଲେଟର ମାନଙ୍କୁ 24,000/- ଏବଂ BTT ସଂଯୋଜକଙ୍କୁ Rs, ମାସିକ 30,000 /- ଟଙ୍କା ସର୍ବନିମ୍ନ ଦରମା ନିଶ୍ଚିତ ପ୍ରଦାନ କରାଯାଉ I
  2. ଆଶା କର୍ମୀ, ଆଶା ସଙ୍ଗିନୀ, ଆଶା ଫାସିଲେଟର, ବିଟିଟି ସଂଯୋଜକଙ୍କୁ ଇପିଏଫ୍ ଏବଂ ଇଏସ୍‌ଆଇ ଅନ୍ତର୍ଗତ କରାଯାଇ ସାମାଜିକ ସୁରକ୍ଷା ଅନ୍ତର୍ଗତ ପେନ୍ସନ୍ ପ୍ରଦାନକୁ ସୁନିଶ୍ଚିତ କରାଯାଉ I
  3. ଆଶା କର୍ମୀ, ଆଶା ସଙ୍ଗିନୀ, ଆଶା ଫାସିଲେଟର, ବିଟିଟି ସଂଯୋଜକଙ୍କୁ କାର୍ଯ୍ୟ ସମୟରେ ଦୁର୍ଘଟଣା କିମ୍ବା ମୃତ୍ୟୁ ହେଲେ ସର୍ବନିମ୍ନ 05 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ I
  4. ସେବାନିବୃତ ସମୟରେ ଆଶା କର୍ମୀ, ଆଶା ସଙ୍ଗିନୀ, ଆଶା ଫାସିଲେଟର, ବିଟିଟି ସଂଯୋଜକଙ୍କୁ ଏକକାଳୀନ 10 ଲକ୍ଷ ଟଙ୍କା ପ୍ରଦାନ କରାଯାଉ I
  5. ଅଭିଜ୍ଞ ଆଶା କର୍ମୀ ମାନଙ୍କୁ, ଟୀକାକରଣ ତାଲିମ ପ୍ରଦାନ କରାଯାଉ I
  6. ସମସ୍ତ ବନ୍ଧନ ମୁକ୍ତ କରାଯାଇ ଯୋଗ୍ୟ, ଅନୁଭବି ଓ ଉଚ୍ଚ ଶିକ୍ଷିତ ଆଶା କର୍ମୀଙ୍କୁ ANM ଏବଂ ଆଶା ଫାସିଲେଟର ଇତ୍ୟାଦି ପଦରେ ପଦୋନ୍ନତି କରିବାର ବ୍ୟବସ୍ଥା କରାଯାଉ I
  7. ଆଶା କର୍ମୀଙ୍କୁ ବର୍ଷକୁ ସର୍ବନିମ୍ନ ଦୁଇଥର ୟୁନିଫର୍ମ ପ୍ରଦାନ କରାଯିବା ଉଚିତ କିମ୍ବା ଡ୍ରେସ କୋଡର ଉଚିତ ଦେୟ ପ୍ରଦାନ କରାଯାଉ I
  8. ଆଶା କର୍ମୀମାନଙ୍କ ପାଇଁ ସମସ୍ତ ଡାକ୍ତରଖାନାରେ ବିଶ୍ରାମଗୃହ ସହିତ ସମସ୍ତ ଗ୍ରାମରେ ଆଶା କେନ୍ଦ୍ର ନିର୍ମାଣ /ବ୍ୟବସ୍ଥା କରାଯାଉ
  9. ଆଶା କର୍ମୀ ମାନଙ୍କୁ କର୍ଭବ୍ୟ ସମ୍ପାଦନ ପାଇଁ ପ୍ରଦାନ ନିମିତ୍ତ ଯାତ୍ରା ବ୍ୟୟ/ ଭତ୍ତା ପ୍ରଦାନ କରାଯିବା ସହିତ ପ୍ରତି ମାସ ଶେଷରେ ଆଶା ମାନଙ୍କ ଦ୍ବାରା କରାଯାଉଥିବା ସମସ୍ତ କାର୍ଯ୍ୟର ପ୍ରୋତ୍ସାହନ ରାଶି (ଇନସେଣ୍ଟିଭ ) ମାସ ଶେଷରେ ପ୍ରଦାନ କରାଯିବା ଉଚିତ ବ୍ୟବସ୍ଥା ହେଉ
  10. ଅସଂଗଠିତ ଶ୍ରମିକମାନଙ୍କ ପାଇଁ ପ୍ରଯୁଜ୍ୟ “ପ୍ରଧାନ ମନ୍ତ୍ରୀ ଶ୍ରମଯୋଗୀ ମାନଧନ’” ର ହିତାକାରୀଙ୍କ ପ୍ରବେଶ ବୟସ ଯାହା ବର୍ତ୍ତମାନ 18 ରୁ 40 ରହିଛି, ତାହାକୁ ସଂଶୋଧନ/ ବାଦଳା ଯାଇ 18 ରୁ 60 କରାଯାଉ ଯାହା ଦ୍ବାରା ଆଶା କର୍ମୀ ମାନେ ମଧ୍ୟ ଶ୍ରମଯୋଗୀ ମାନଧନ ସୁବିଧା ପାଇପାରିବେ I
ad-week
Leave A Reply

Your email address will not be published.