ଆସିକା ରେ ପାନୀୟ ଜଳ ଯୋଗାଣ ନାଁରେ ଜଗାଉଛି ଜହର : ଜନସ୍ୱାସ୍ଥ୍ୟ ବିଭାଗ କୋମାରେ…….!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ବାସୀ ଦେଶ ସ୍ୱାଧୀନତା ପର ଠାରୁ ପାନୀୟ ଜଳର ସମସ୍ୟା ର ସମ୍ମୁଖୀନ ହୋଇନଥିଲେ। ବର୍ତ୍ତମାନ କିଛି ଦିନ ହେଲା ଜନ ସ୍ୱାସ୍ଥ୍ୟ ବିଭାଗ ର ମର୍ଜୀ ଓ ଟାଟା ପାୱାର ର ମର୍ଜୀ ହେଲେ ସହର ବାସୀଙ୍କୁ ଜଳ ଯୋଗାଣ ହେଉଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧିକାଂଶ ୱାର୍ଡ଼ ରେ ସ୍ୱଳ୍ପ ଧାରାରେ ଘରୋଇ ପାଇପ ଲାଇନ ରେ ଜଳ ଯୋଗାଣ ହେଉଛି। ଅପରାହ୍ନ ସମୟରେ ଖାରି ଜଳ ଦୀର୍ଘ ବର୍ଷ ହେଲା ବହୁ ୱାର୍ଡ଼ କୁ ଯୋଗାଇ ଦିଆଯାଉଛି। ତିନି ଦିନ ହେଲା କଳା ଓ ଦୁର୍ଗନ୍ଧ ଯୁକ୍ତ ଜଳ ଯୋଗାଣ ହେଉଛି। ଯୋଗାଇ ଦିଆ ଯାଉଥିବା ପାନୀୟ ଜଳ ରେ ସ୍ନାନ କରିଲେ ଦେହ ସାରା କୁଣ୍ଡେଇ ହେଉଛି। ପାନୀୟ ଜଳ ଯୋଗାଣ ସମ୍ପର୍କ ରେ ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିଲେ କୌଣସି ସୁଫଳ ମିଳୁନାହିଁ। ଆସିକା ଅଞ୍ଚଳରେ ଥିବା ରାଜନେତା ମାନଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଆଜି ସହର ବାସୀ ବାଧ୍ୟ ହୋଇ ଏହି ଜହର ଜଳକୁ ଭାଗ୍ୟକୁ ଆଦାରୀ ବ୍ୟବହାର କରୁଛନ୍ତି। ଗତ ଦୁଇ ଦିନ ହେଲା ଏହି ପାନୀୟ ଜଳ ପାନ କରିବା ଫଳରେ ପେଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନୂତନ ସରକାର ଗଠନ ପରେ ଅପେରା ଷ୍ଟାଇଲରେ ଆସିକା ବିଧାୟକ ବ୍ଲକ କାର୍ଯ୍ୟାଳୟ ଠାରେ ପାନୀୟ ଜଳ ଯୋଗାଣ ଓ ଅବ୍ୟବସ୍ଥା ହେଲେ ବରଦାସ୍ତ କରାଯିବ ନାହିଁ ବୋଲି ତାଗିତ କରିଥିଲେ। ବଡ଼ ବଡ଼ିଆଙ୍କ ଘରେ ଆରୋ ଖଞ୍ଜି ପାନୀୟ ଜଳ ପାନ କରୁଥିବା ବେଳେ ଗରିବ ଶ୍ରେଣୀର ର ଲୋକେ ଦୂଷିତ ଜଳ ବ୍ୟବହାର କରି ଦୁର୍ଦଶା ଭୋଗୁଛନ୍ତି। ଏଭଳି ଅବସ୍ଥା ଲାଗିରହିଲେ ହଇଜା ରୋଗ ବ୍ୟାପିବାର ସମ୍ଭାବନା କୁ ଏଡ଼େଇ ହେବ ନାହିଁ। ନେତା ଓ ବିଭାଗୀୟ ବାବୁ ମାନେ କୋମାରେ ରହିବା ଯୋଗୁଁ ଲୋକଙ୍କ ମଧ୍ୟରେ ପାନୀୟ ଜଳକୁ ନେଇ ହା ହା କାର ଦେଖାଦେଇଛି।

ad-week
Leave A Reply

Your email address will not be published.