
ଗମ ଧାନର ଆଳ ଦେଖାଇ ମିଲେର ମାଲା ମାଲ ଚାଷୀ ବେହାଲ…….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକରେ ଚଳିତ ବର୍ଷ ଧାନ ମିଲେର ମାନଙ୍କୁ ପ୍ରଶାସନ ପକ୍ଷରୁ ଛୁଟ ଦିଆଯାଇଥିବା ଆଲୋଚନା ହେଉଛି। ଧରାକୋଟ -ମୁଣ୍ଡମରେଇ ରାସ୍ତାର ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ମିଲେରଙ୍କ ମନ ମାନି ଓ ତାଙ୍କ କର୍ମଚାରୀଙ୍କ ଦାଦା ଗିରୀ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଥମେ ଯେଉଁ ଚାଷୀ ମାନେ ଧାନ ଧରି ମିଲ କୁ ଗଲେ ଗମ ଧାନ ବୋଲି କହି ଫେରେଇ ଦିଆ ଯାଇଥିଲା। ଚାଷୀ ମାନଙ୍କୁ ଫେରେଇ ଦେବା ପରେ ଦଲାଲ ମାନଙ୍କ ସହାୟତା ରେ ସେ ଧାନକୁ କଟଣୀ ଛଟନୀ କରି ସ୍ୱଳ୍ପ ଅର୍ଥ ରେ କ୍ରୟ କରୁଥିବା ଅଭିଯୋଗ ହୋଇଥିଲା। ସତ୍ୟ ଖବର ସଂଗ୍ରହ ପାଇଁ ଯାଇଥିବା ଇଲୋକ୍ଟ୍ରୋନିକ୍ସର ଗୋଦି ମିଡ଼ିଆ ମିଲେର ଠାରୁ ଅର୍ଥ ପାଇ ଲାଭବାନ ହୋଇଥିଲେ। ଗୋଦି ମିଡ଼ିଆ ର ଡ଼ିଲ ପରେ ସାହସୀ ମିଲେର ଦୁଇ ପାଦ ଆଗକୁ ଯାଇ ତାପର ଦିନ ଜଣେ ସମିତି ସଭ୍ୟକୁ ଧାନ କ୍ରୟ ବେଳେ ମିଲର କିଛି କର୍ମଚାରୀ ମାଡ଼ ମାରିଥିବା ନେଇ ଧରାକୋଟ ଥାନାରେ ଅଭିଯୋଗ ହୋଇଥିଲା। ମିଲେର କର୍ମଚାରୀ ମାନେ ମାଡ଼ ମାରୁଥିବା ଭିଡ଼ିଓ ଭାଇରଲ ବି ହୋଇଥିଲା। ସାଇଲେନ୍ସ ପ୍ଲିଜ କରାଯାଇ ଥିବା ଇଲୋକ୍ଟ୍ରୋନିକ୍ସ ତିନୋଟି ଚେନେଲ ରେ ଜଣେ ନିର୍ବାଚିତ ପ୍ରତିନିଧି ଙ୍କୁ ମାଡ଼ ମାରିବା ଖବର ପ୍ରସାରଣ ହେଲା ନାହିଁ। ମିଲେର ଓ ଗୋଦି ମିଡ଼ିଆ ର ମିଲି ଭଗତ ରେ ପୋଲିସ ଥାନାରେ କାଉଣ୍ଟର କେଶ ଦେଇ ଚାପ ପ୍ରୟୋଗ କରି ମାଡ଼ ମାରିବା ଘଟଣା କୁ ରଫା ଦଫା କରିଥିବା ଏବେ ଚର୍ଚ୍ଚା ଜୋର ଧରିଛି। ଏହି ମିଲରେ ତସୁ ପୋଡ଼ିବା ଫଳରେ ପ୍ରଦୂଷଣ ହେବା ସହ ଅଞ୍ଚଳ ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧୂଆଁଳିଆ ହୋଇ ରହୁଛି। ସରକାରୀ କାଗଜ କଲମରେ ଏହି ମିଲେର ସରକାର ଙ୍କୁ ଚାଉଳ ଯୋଗାଇବା ପାଇଁ କେବଳ ସୀମିତ ରହିଥିବା ଆଲୋଚନା ହେଉଛି। ସରକାରୀ ଗୋଦାମ ରେ ଅଖାରୁ ଚୋରୀ ଚାଉଳ କୁ ଏହି ମିଲେରଙ୍କ ଖାତାରେ କୁଆଡେ ଆଡ଼ଜଷ୍ଟ କରାଯଉଥିବା ଅଭିଯୋଗ ହେଉଛି।ଏହି ମିଲେର ଙ୍କ କଳା କାରନାମା ସମ୍ପର୍କ ରେ ଜିଲ୍ଲା ଯୋଗାଣ ବିଭାଗ ଚୁପଚାପ ରହିବା ପଛର ରହସ୍ୟ ରହସ୍ୟରେ ରହିଯାଇଛି। ଆନ୍ନାଙ୍କ ଛତ୍ର ପୁର ଠାରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବା ହାତ ବୋଲି ଚାରିଆଡେ ଚର୍ଚ୍ଚା ହେଉଛି।
