ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ

ଭୁବନେଶ୍ଵର: ବିଜେଡି ନେତା ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ । କ୍ରାଇମବ୍ରାଞ୍ଚ, EOW ଓ ଏସ୍‌ଟିଏଫ୍ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ବଣାଇ, ଗୋପାଳପୁର ବନ୍ଦର, କେନ୍ଦୁଝର ଟାଉନରେ ଚାଲିଛି ରେଡ୍ । ସେପଟେ ଅନ୍ତରୀଣ ସୁରକ୍ଷାରେ ଥିବା ରାଜାଙ୍କ ଆଜି ହାଇକୋର୍ଟରେ ରହିଛି ଶୁଣାଣି । ଅନ୍ୟପଟେ ଅନ୍ତରୀଣ ସୁରକ୍ଷା ହଟାଇବାକୁ ପ୍ରମାଣପତ୍ର ଦାଖଲ କରିବ EOW ।

ସୂଚନା ଅନୁସାରେ, ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫୦କୋଟି ଟଙ୍କା ହେର୍‌ଫେର୍‌ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବିଜେଡି ନେତା ରାଜା ଚକ୍ର ଏବେ ହରଡଗଣାରେ ପଡିଛନ୍ତି । କ୍ରାଇମବ୍ରାଞ୍ଚ, EOW ଓ ଏସ୍‌ଟିଏଫ୍ ତରଫରୁ ଘନ ଘନ ଜେରା ସମ୍ମୁଖିନ ହେଉଛନ୍ତି ରାଜା ଚକ୍ର । କ୍ରାଇବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW) ଏବଂ ଏସ୍‌ଟିଏଫ୍‌ ଗତ ମଙ୍ଗଳବାର କେନ୍ଦୁଝରର ବିଜେଡି ନେତା ସୌମ୍ୟ ଓରଫ ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା। ଏପରିକି ରାଜ୍ୟର ସମସ୍ତ ମାଇନ୍ସ କରିଡର ଚେକ ପଏଣ୍ଟରେ ରେଡ୍‌ କରାଯାଇଥିଲା। ସେତିକିବେଳେ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି।

nis-ad
Leave A Reply

Your email address will not be published.