ଚେନ୍ନାଇରେ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ବିବାଦ ପ୍ରସଙ୍ଗରେ ବୈଠକରେ ଯୋଗ ଦେବେ ନବୀନ ପଟ୍ଟନାୟକ

youtube

ଆସନ୍ତା ୨୨ରେ ଚେନ୍ନାଇରେ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ବିବାଦ ପ୍ରସଙ୍ଗରେ ହେବାକୁ ଥିବା ବୈଠକରେ ଯୋଗ ଦେବେ ନବୀନ ପଟ୍ଟନାୟକ । ବୈଠକରେ ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାମିଲନାଡୁ ସାଂସଦ ଦୟାନିଧି ମାରାନ ଓ ଶିଳ୍ପ ମନ୍ତ୍ରୀ ଟିଆରବି ରାଜା ଆଜି ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।

ଡିଲିମିଟେସନ ବା ସଂସଦୀୟ କ୍ଷେତ୍ରର ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ସଂପର୍କରେ ଜଣାଇଥିଲେ । ଚେନ୍ନାଇ ବୈଠକରେ ଯୋଗ ଦେବାକୁ ନବୀନଙ୍କୁ ଅନୁରୋଧ କରିଥିଲେ । ବୈଠକରେ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ନବୀନ ।

୭ ରାଜ୍ୟର ବୈଠକ ଡାକିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍। ସୀମା ପୁନଃ ନିର୍ଦ୍ଧାରଣ ଦ୍ବାରା ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଓଡ଼ିଶା ଓ ପଞ୍ଜାବ ଭଳି ରାଜ୍ୟ ପ୍ରଭାବିତ ହେବ ବୋଲି କହିଛନ୍ତି ଏମକେ ଷ୍ଟାଲିନ୍ । ବିକାଶଶୀଳ ରାଜ୍ୟ ହୋଇଥିବାରୁ ଏହି ରାଜ୍ୟ ଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେଇଥିଲେ ।  ଏଥିପାଇଁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଏବେ ମୂଲ୍ୟ ଦେବାକୁ ହେଉଛି ବୋଲି କହିଛନ୍ତି ଷ୍ଟାଲିନ୍ ।

Leave A Reply

Your email address will not be published.